ଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

You are currently viewing ଇଚ୍ଛାପୁରରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଆୟୋଜିତ, ଯୋଗ ଦେଲେ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ

ଅନୁଗୁଳ: ଅନୁଗୁଳ ଜିଲ୍ଲା କିଶୋରନଗର ବ୍ଲକ ଇଚ୍ଛାପୁର ଗ୍ରାମରେ ନବନିର୍ମିତ ଶିବ ମନ୍ଦିର ପ୍ରତିଷ୍ଠା ଉତ୍ସବ ଶୁକ୍ରବାର ଅନୁଷ୍ଠିତ ହୋଇଛି। ପ୍ରଥମେ ଲୁହାମୁଣ୍ଡା ଗ୍ରାମରୁ କଳସରେ ପାଣି ଆଣିବା ପରେ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଆରମ୍ଭ ହୋଇଥିଲା। ସୂର୍ଯ୍ୟ ପୂଜା ପରେ ମନ୍ଦିର ପ୍ରତିଷ୍ଠା କାର୍ଯ୍ୟ ଆରମ୍ଭ ହୋଇଥିଲା। ମହାଦେବଙ୍କ ବିଗ୍ରହକୁ ଯଥା ରୀତି ପୂଜା କରାଯାଇଥିଲା। ହୋମ ଯଜ୍ଞ ସହ ନାମ ସଂକୀର୍ତ୍ତନ ହରି ବୋଲ ହୁଳହୁଳିରେ ଗାଁ କମ୍ପିଥିଲା। ପୂଜକ ସତ୍ୟ ମୋହନ ରଥ ପୂଜାର୍ଚ୍ଚନା କରିଥିଲେ।

କର୍ତ୍ତା ଭାବରେ ଉତ୍ତମ କୁମାର ମାଟି ଆରି, ନୟନୀ ବେହେରା, ବଂଶୀଧର ସାହୁ, ସୁକାନ୍ତି ସାହୁ, ଗଣେଶ ସାହୁ, ପ୍ରତିମା ସାହୁ ପୂଜା ସମ୍ପାଦନା କରିଥିଲେ। ଏଥିରେ ଆଖ ପାଖ ଅଞ୍ଚଳରୁ ୩୦ରୁ ଅଧିକ ନାମ ସଂକୀର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ। ଏ ଅବସରରେ ମୀନା ବଜାର ପଡ଼ିଥିବା ବେଳେ ସାଂସ୍କୃତିକ କାର୍ଯ୍ୟକ୍ରମ ବି ଚାଲିଛି।

ଅନ୍ୟମାନଙ୍କ ମଧ୍ୟରେ ଭଗବାନ ପ୍ରଧାନ, ଭାଗିରଥି ସାହୁ, ଅର୍ଜୁନ ସାହୁ, ଜେନାମଣି ସାହୁ, ପ୍ରଶାନ୍ତ ପ୍ରଧାନ, ପ୍ରମୋଦ ସାହୁ, ତପନ କୁମାର ସାହୁ, ସନାତନ ନାୟକ, ରାଜ କିଶୋର ସାହୁଙ୍କ ସମେତ ଗ୍ରାମବାସୀ ସହଯୋଗ କରିଥିଲେ।

Share

Leave a Reply