ଅନୁଗୁଳ: ଅନୁଗୁଳ ସଦର ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପଞ୍ଚମହଲାର ଜଙ୍ଗଲିଆ ଅଞ୍ଚଳରେ ଚଢ଼ାଉକରି ୬ ଜଣ ଜୁଆଡ଼ିଙ୍କୁ ଗିରଫ କରିଛି। ସୂଚନା ମୁତାବକ, ଅନୁଗୁଳ ଟାଉନ୍ ସହର ହେମୁସୁରପଡ଼ାର ଧରଣୀ ଦାସ(୪୨)ଙ୍କ ଆହ୍ବାନରେ ସହରର ମଦନମୋନପଡ଼ାର ଜ୍ଞାନ ରଞ୍ଜନ ପୃଷ୍ଟି(୩୧), କଣିହାଁ ଥାନା ଅନ୍ତର୍ଗତ ଦୁର୍ଗାପୁର ଗାଁର ଶ୍ରୀଧର ନାଏକ(୫୩), ଥର୍ମଲ ଥାନା ଅନ୍ତର୍ଗତ ଜଗନ୍ନାଥପୁର ଗାଁର ରୁଚିର ନାହାକ(୫୦), କଲିଏରୀ ଥାନା ଅନ୍ତର୍ଗତ ଡ଼ଅଁରା ଗାଁର ମାନସ ବିଶ୍ବାଳ(୩୭) ଓ ଛେଣ୍ଡିପଦା ଥାନା ଅନ୍ତର୍ଗତ ସନ୍ତରାବନ୍ଧ ଗାଁର ନିରଞ୍ଜନ ସାହୁ(୪୦) ଏହି ଜୁଆ ଖେଳୁଥିଲେ। ସେମାନଙ୍କଠାରୁ ୧୦ ହଜାର ୭୪୦ ଟଙ୍କା, ୫ଟି ମୋବାଇଲ ଫୋନ୍, ଗୋଟିଏ ଏସ୍ୟୁଭି କାର(ଓଡି୧୯ଡି- ୭୪୫୫), ୨ଟି ବାଇକ୍ ଜବତ କରାଯାଇଛି। ଏ ନେଇ ଥାନାରେ ଏକ ମାମଲା ରୁଜୁକରାଯାଇ ୬ ଅଭିଯୁକ୍ତଙ୍କୁ ଶନିବାର କୋର୍ଟ ଚାଲାଣ କରାଯାଇଛି।
୬ ଜଣ ଜୁଆଡ଼ି ଗିରଫ, କାର, ବାଇକ୍ ଓ ଟଙ୍କା ଜବତ
- Post published:January 15, 2022
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau

Tags: Angul