୬ ହାଇୱା ଟ୍ରକ୍ ଜବତ:୨ ଗିରଫ

You are currently viewing ୬ ହାଇୱା ଟ୍ରକ୍ ଜବତ:୨ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ତାଳଚେର ତହସିଲ ଅନ୍ତର୍ଗତ ନିଜିଗଡ଼ ଗୋପିନାଥପୁର ବାଲିଘାଟରୁ ବେଆଇନ୍‌ ଭାବେ ବାଲି ଚାଲାଣ ହେଉଥିବା ଖବର ପାଇ ମଙ୍ଗଳବାର ବିଳମ୍ବିତ ରାତିରେ ପୁଲିସ ପକ୍ଷରୁ ଚଢ଼ାଉ କରାଯାଇ ୬ଟି ହାଇୱା ଓ ଗୋଟିଏ ଜେସିବି ମେସିନ୍ ଜବତ କରିଥିଲା ବେଳେ ଏଥିରେ ସମ୍ପୃକ୍ତ ଥିବା ୨ ଜଣଙ୍କୁ ଗିରଫ କରି ବୁଧବାର କୋର୍ଟ ଚାଲାଣ କରିଛି। ଏହି ଚଢ଼ାଉ ବେଳେ ବାଲି ଚାଲାଣରେ ନିୟୋଜିତ ଥିବା ଲୋକମାନେ ପୁଲିସକୁ ଦେଖି ଫେରାର ହୋଇଯାଇଥିଲେ। ମଙ୍ଗଳବାର ରାତିରେ ତାଳଚେର ଏସ୍‌ଡିପିଓ ଏସ୍ ଶ୍ଵାତିକୁମାରୀ ଟାଉନ୍ ଥାନା ଭାରପ୍ରାପ୍ତ ଅଧିକାରୀ ଶ୍ରୀନିବାସ ସେଠୀ ପୁଲିସ ଅଧିକାରୀ ମାନଙ୍କୁ ନେଇ ଏହି ବାଲିଘାଟ ଉପରେ ଚଢ଼ାଉ କରିବା ସମୟରେ ଓଡ଼ି୧୯ ଡି ୬୪୫୫, ଓଡି୧୯ ସି ୮୯୬୭, ଓଡି୧୯ଇ ୦୦୬୭, ଓଡି୩୫ଏ ୬୭୬୭, ଓଡି୩୫ ଏଫ୍ ୪୪୬୭ ଓ ଓଡି୩୫ ବି ୯୫୫୨ ନମ୍ବର ହାଇୱା ଟ୍ରକ୍‌ରେ ଜେସିବି ମେସିନ୍ ଦ୍ଵାରା ବାଲି ବୋଝେଇ ହେଉଥିଲା। ପୁଲିସ ସମସ୍ତ ଟ୍ରକ୍‌କୁ ଜବତ କରିବା ସହ ଜେସିବି ମେସିନ୍‌କୁ ମଧ୍ୟ ଜବତ କରିଛି । ତେବେ ହାଇୱା ଟ୍ରକ୍‌ର ଚାଳକ ପଞ୍ଚାନନ ସାହୁ ଓ ମୁନା ମୁଣ୍ଡାକୁ ପୁଲିସ ଧରିବାରେ ସକ୍ଷମ ହୋଇଥିଲେ। ଅନ୍ୟମାନେ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲେ।

Share

Leave a Reply