ଆଠମଲ୍ଲିକ : ସ୍ଥାନୀୟ ଆଠମଲ୍ଲିକ ଅବକାରୀ ବିଭାଗ ପକ୍ଷରୁ ବୁଧବାର ବ୍ଲକର ବିଭିନ୍ନ ଅଞ୍ଚଳରେ ଚଢ଼ାଉ କରାଯାଇ ୧୫୦ ଲିଟର ଦେଶୀ ରନ୍ଧାମଦ ଓ ୬୦୦ କିଲୋ ମହୁଲ ପୋଚ ଜବତ କରି ନଷ୍ଟ କରାଯାଇଛି। ଏଥିସହ ଏହି ମାମଲାରେ ସମ୍ପୃକ୍ତ ୬ ଜଣଙ୍କୁ ଗିରଫ କରାଯାଇଥିବା ଜଣାଯାଇଛି।
ଏହି ଚଢ଼ଉରେ ଆଠମଲ୍ଲିକ ଥାନା ଅନ୍ତର୍ଗତ ହିଙ୍ଗମଣ୍ଡଳ ଗ୍ରାମର ବୁବୁନ ମୁଣ୍ଡା ଓ ସାବିତ୍ରୀ ମୁଣ୍ଡା, କନ୍ଧପଡ଼ା ଗ୍ରାମର ବୀରକିଶୋର ସାହୁ, ଠାକୁରଗଡ଼ ଥାନା ଅନ୍ତର୍ଗତ ଅମାସମା ଗ୍ରାମର ଜ୍ୟୋତି ପ୍ରଧାନ, ଫୁଲୁରୀବଣିଆ ଗ୍ରାମର ବନ୍ଧୁ ମାଝୀ ଓ ସୁଦର୍ଶନ ମାଝୀଙ୍କୁ ଗିରଫ କରାଯାଇଛି। ୬ ଜଣଙ୍କୁ ଡାକ୍ତରୀମାଇନା ପରେ ଅଦାଲତ ଚାଲାଣ କରାଯାଇଛି।
ଏହି ଚଢ଼ାଉରେ ଆଠମଲ୍ଲିକ ଅବକାରୀ ସବ ଇନ୍ସପେକ୍ଟର ଧରଣୀଧର ପ୍ରହରାଜ, ବଇଣ୍ଡା ଅବକାରୀ ସବ ଇନ୍ସପେକ୍ଟର ରଞ୍ଜିତା ହରିଚନ୍ଦନ, ଏଏସଆଇ ରମେଶ ବେହେରା ଓ ଅନ୍ୟ କର୍ମଚାରୀ ସାମିଲ ଥିଲେ।