୬ ଦଫା ଦାବି ନେଇ ଜନ ଜୀବନ ସୁରକ୍ଷା କମିଟି ଜିଲ୍ଲାପାଳଙ୍କୁ ଦେଲା ସ୍ମାରକ

0

ଅନୁଗୁଳ: ଆଡଭୋକେଟ୍ ପ୍ରମୋଦ ପ୍ରଧାନ,ଅଭିମନ୍ୟୁ ସ୍ୱାଇଁ, ତୀର୍ଥବାସି ସାହୁ,ମାନସ ପାଲ,ରମେଶ ସାହୁ ଆଦି ଜିଲ୍ଲା ଜନ ଜୀବନ ସୁରକ୍ଷା କମିଟି ସଦସ୍ୟ ବୃନ୍ଦ ଏଡିଏମ୍ ପ୍ରତାପ ପ୍ରିତିମୟଙ୍କ ଜରିଆରେ ଅନୁଗୁଳ ଜିଲ୍ଲାପାଳଙ୍କ ଉଦ୍ଦେଶ୍ୟରେ ୬ ଦଫା ଦାବୀ ବିଶିଷ୍ଟ ଏକ ସ୍ମାରକ ପ୍ରଦାନ କରିଥିଲେ। ୪ ମହଲା ବିଶିଷ୍ଟ ନୂଆ ମେଡ଼ିକାଲ ଓପିଡିର ନିର୍ମାଣ ସାରିଥିଲେ ମଧ୍ୟ ଏହା କାର୍ଯ୍ୟକାରୀ ହେଉ ନଥିବାରୁ କର୍ମକର୍ତ୍ତା ମାନେ କ୍ଷୋଭ ପ୍ରକାଶ କରିଥିଲେ।

ନୂଆ କୋଠାରେ ଆଇସିୟୁ,ଇକୋ,ଟ୍ରମା କେୟାର,ବର୍ଣ୍ଣ ୟୁନିଟକୁ ତୁରନ୍ତ କାର୍ଯ୍ୟକାରୀ କରିବା,କୁକୁଡ଼ା ଫାର୍ମକୁ ସମ୍ପୂର୍ଣ୍ଣ ଉଚ୍ଛେଦ କରିବା,ଅନୁଗୁଳରେ ଏକ ନର୍ସିଂ କଲେଜ୍ ପ୍ରତିଷ୍ଠା କରିବା,ଅତିରିକ୍ତ ମେଡ଼ିସିନ ଓ ନିଶ୍ଚେତକ ଡାକ୍ତର ନିଯୁକ୍ତି କରିବା ଆଦି ଦାବି ନେଇ କମିଟିର ସଦସ୍ୟ ମାନେ ସ୍ମାରକ ଦେଇଥିଲେ।ଅନୁଗୁଳରେ ଦିନକୁ ଦିନ ରୋଗୀଙ୍କ ସଂଖ୍ୟା ବଢୁଥିବାରୁ ସ୍ବାସ୍ଥ୍ୟ ସେବାକୁ ଅଧିକ ଦୃଢୀଭୂତ କରିବା ପାଇଁ ସେମାନେ ଦାବି ଜଣାଇଥିଲେ ।

Leave A Reply

Your email address will not be published.

error: Content is protected !!