ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବ୍ଲକ୍ ଲୁହାସିଙ୍ଗା ପଞ୍ଚାୟତର ୬ଟି ଗାଁର ଗମନାଗମନ ସମସ୍ୟା ଦୂର କରାଯାଉନାହିଁ। ଏହାର ପ୍ରତିବାଦରେ ଏହି ଗାଁର ଅଧିବାସୀମାନେ ଚଳିତ ପଞ୍ଚାୟତ ନିର୍ବାଚନରେ ଭୋଟ ବର୍ଜନକରିବେ ବୋଲି ନିଷ୍ପତି ନେଇଥିବା ଜଣାପଡ଼ିଛି। ସୂଚନାଯୋଗ୍ୟ, ଲୁହାସିଙ୍ଗା ପଞ୍ଚାୟତର କେନ୍ଦୁପାଟି, ରଣାମୁଣ୍ଡା, ଦଲକି, ବଙ୍କୁଆଳ, ନୂଆ କେନ୍ଦୁପାଟି ଓ ପୋଡ଼ାପଦର ଗାଁ ଜଙ୍ଗଲ ନିକଟରେ ଥିବାବେଳେ ପତକାଠାରୁ ଏହି ଗାଁମାନଙ୍କୁ ୫ କି.ମି. ଦୀର୍ଘ ମାଟିରାସ୍ତା ଯାଇଛି। ଏହି ରାସ୍ତା ଉପରେ ଦେଢ଼ହଜାରରୁ ଅଧିକ ଲୋକ ନିର୍ଭର କରୁଛନ୍ତି। ବାରମ୍ବାର ଦାବି ସତ୍ତ୍ବେ ଉକ୍ତ ରାସ୍ତା ପିଚୁ ବା କଂକ୍ରିଟ୍ କରାଗଲା ନାହିଁ। ରାସ୍ତା ଅବସ୍ଥା ଶୋଚନୀୟ ଥିବାରୁ ଏହି ୬ ଗାଁକୁ ଗାଡ଼ି ଚଳାଚଳ କରିପାରୁନାହିଁ। ଫଳରେ ଆବଶ୍ୟକ ସମୟରେ ଏହି ଗାଁର ଅଧିବାସୀମାନେ ଆମ୍ବୁଲାନ୍ସ ସେବାରୁ ବଂଚିତ ହେଉଛନ୍ତି। ରାସ୍ତା ପକ୍କା କରାଯିବ ବୋଲି ପୂର୍ବରୁ ନିର୍ବାଚନ ସମୟରେ ନେତାମାନେ ପ୍ରତିଶ୍ରୁତି ଦେଇଥିଲେ। ମାତ୍ର ଏ ପର୍ଯ୍ୟନ୍ତ ରାସ୍ତା ପକ୍କା ହୋଇପାରିଲା ନାହିଁ। ତେଣୁ ଚଳିତ ନିର୍ବାଚନରେ ଭୋଟ ବର୍ଜନ କରିବେ ବୋଲି ଗାଁର ଅଧିବାସୀମାନେ ନିଷ୍ପତ୍ତ ନେଇଛନ୍ତି। ଉକ୍ତ ରାସ୍ତା ଗ୍ରାମ୍ୟ ଉନ୍ନୟନ ବିଭାଗକୁ ହସ୍ତାନ୍ତର କରାଯିବାକୁ ସେମାନେ ଦାବି କରିଛନ୍ତି।
୬ଟି ଗାଁର ଭୋଟ ବର୍ଜନ ନିଷ୍ପତ୍ତି
- Post published:January 19, 2022
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
