ଆଇଏଡିଭିଏଲ ପକ୍ଷରୁ ଚର୍ମର ଯତ୍ନ ନେଇ କର୍ମଶାଳା

0

ଅନୁଗୁଳ:ସ୍ଥାନୀୟ ପିଟିସି ହାଇସ୍କୁଲ ଠାରେ ଇଣ୍ଡିଆନ ଆସୋସିଏସନ୍ ଅଫ ଡର୍ମାଟୋଲୋଜିଷ୍ଟସ୍, ଭେନେରୋଲୋଜିଷ୍ଟସ୍ ଆଣ୍ଡ ଲେପ୍ରୋଲୋଜିଷ୍ଟସ ପକ୍ଷରୁ କିଶୋର ବୟସରେ ଚର୍ମର ଯତ୍ନ ଉପରେ ଏକ କର୍ମଶାଳା ଆୟୋଜିତ ହୋଇଥିଲା।

ପିଟିଶି ହାଇସ୍କୁଲର ପ୍ରଧାନ ଶିକ୍ଷକ କେଦାର ବେହେରାଙ୍କ ସଭାପତିତ୍ବରେ ଆୟୋଜିତ ଏହି କର୍ମଶାଳାରେ ଅନୁଗୁଳର ବରିଷ୍ଠ ଚର୍ମ ରୋଗ ବିଶେଷଜ୍ଞ ଡ଼ା ବିଶ୍ୱଜିତ୍ ସାମଲ ଯୋଗଦେଇ ପିଲାମାନଙ୍କୁ ବିଭିନ୍ନ ଋତୁରେ ଚର୍ମର ଯତ୍ନ କିଭଳି ନିଆଯିବ ତାହା ବୁଝାଇଥିଲେ। ମୁହଁକୁ ଭଲ ସାବୁନରେ ଦୁଇ ଥର ଧୋଇବା,ଶୀତ ଦିନେ ରାତିରେ ଶୋଇବା ପୁର୍ବରୁ ନଡ଼ିଆ ତେଲ ବା ମୋଇଶ୍ଚରାଇଜର ଲଗାଇବା, ଖରା ଦିନେ ବାହାରକୁ ବାହାରିଲେ ସନ୍ ସ୍କ୍ରିନ ଲୋସନ୍ ଲଗାଇବା,ନିୟମିତ ବ୍ୟାୟାମ କରିବା ସହ ଉପଯୁକ୍ତ ପରିମାଣର ପାଣି ପିଇବାକୁ ପରାମର୍ଶ ଦେଇଥିଲେ। ଅଧିକ ପନି ପରିବା ଓ ତନ୍ତୁ ଯୁକ୍ତ ଖାଦ୍ୟ ମଧ୍ୟ ଦେହ ପାଇଁ ହିତକାରୀ।

ମୁହଁରେ ବ୍ରଣ ଉଠିଲେ ତାକୁ ନଖ ନ ମାରି ଡାକ୍ତରଙ୍କ ପରାମର୍ଶ ନେବା ଉଚିତ୍। ସବୁ ବେଳେ ସଫା ପୋଷାକ ଓ ମୋଜା ପିନ୍ଧିବା ଉଚିତ୍।ଯାଦୁ, କାଛୁ,କୁଣ୍ଡିଆ, ଆଲର୍ଜି ଆଦି ସମସ୍ୟା ଦେଖା ଦେଲେ ତୁରନ୍ତ ଚର୍ମ ବିଶେଷଜ୍ଞଙ୍କୁ ଦେଖାଇ ଔଷଧ ଖାଇବା ଉଚିତ୍। ଅନ୍ତଃବସ୍ତ୍ର ଗୁଡ଼ିକୁ ମଧ୍ୟ ନିୟମିତ ସଫା ରଖିବା ଉଚିତ୍। କର୍ମଶାଳାରେ ଦେଢ଼ ଶହରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ।ସହକାରୀ ଶିକ୍ଷକ ଶାନ୍ତନୁ କୁମାର ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.

error: Content is protected !!