ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

You are currently viewing ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ, ନେଇହେବ କ୍ୟାମେରା ନ ଥିବା କିପ୍ୟାଡ୍‌ ଫୋନ୍‌

ପୁରୀ: ନୂଆବର୍ଷଠାରୁ ଶ୍ରୀମନ୍ଦିରକୁ ସ୍ମାର୍ଟ ଫୋନ୍‌ ନିଷିଦ୍ଧ ହୋଇଛି। ଏହା କେବଳ ସେବାୟତ ଓ ଶ୍ରୀମନ୍ଦିର କର୍ମଚାରୀଙ୍କ ପାଇଁ ଲାଗୁ ହୋଇଛି। ପୂର୍ବରୁ ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁଯାୟୀ, ନୂଆ ବର୍ଷ ଠାରୁ ଏହି ନୂଆ ନିୟମ ଲାଗୁ ହୋଇଛି। ରବିବାର ଶ୍ରୀମନ୍ଦିରକୁ ପ୍ରବେଶ ପୂର୍ବରୁ ସେବାୟତ ଓ ଶ୍ରୀ ମନ୍ଦିର କର୍ମଚାରୀ ସିଂହଦ୍ୱାର, ଦକ୍ଷିଣ ଦ୍ୱାର ଓ ପଶ୍ଚିମ ଦ୍ୱାରରେ ହୋଇ ଥିବା ସ୍ୱତନ୍ତ୍ର ମୋବାଇଲ୍‌ ଷ୍ଟାଣ୍ଡରେ ମୋବାଇଲ ରଖି ଭିତରକୁ ପ୍ରବେଶ କରିଥିଲେ।
ଶ୍ରୀମନ୍ଦିର ଭିତର ଫଟୋ ଓ ଭିଡ଼ିଓ ବାରମ୍ବାର ଭାଇରାଲ୍‌ ହେବା ଯୋଗୁ ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା। ପରେ ବିଭିନ୍ନ ମହଲରେ ଦାବି ପରେ ଶ୍ରୀ ମନ୍ଦିର ପରିଚାଳନା କମିଟିରେ ଶ୍ରୀମନ୍ଦିର ଭିତରକୁ ସ୍ମାର୍ଟ ଫୋନ୍‌ ପ୍ରବେଶ ନେଇ କଟକଣା ଲଗାଯାଇଛି। ତେବେ ଶ୍ରୀ ମନ୍ଦିରରେ ମହାପ୍ରଭୁ ସେବା ପାଇଁ ପାଳି ଥିବା ସେବକମାନେ କ୍ୟାମେରା ନ ଥିବା କେବଳ କି ପ୍ୟାଡ ଫୋନ୍‌ ନେଇ ଯାଇପାରିବେ ବୋଲି ପରିଚାଳନା କମିଟି ସଦସ୍ୟ କହିଛନ୍ତି। ପ୍ରଥମ ଦିନରେ ତିନୋଟି ଷ୍ଟାଣ୍ଡରେ ଶତାଧିକ ମୋବାଇଲ ଜମା ହୋଇଥିଲା।

Leave a Reply