ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

You are currently viewing ମାନବ ସେବା ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସାପ କାମୁଡ଼ା ସଚେତନତା କାର୍ଯ୍ୟକ୍ରମ ଆୟୋଜିତ

ଅନୁଗୁଳ : ଅନୁଗୁଳ ଜିଲ୍ଲା ସୁସୁଡ଼ା ମାଳତୀ ବିହାରସ୍ଥିତ ମାନବ ସେବା ଚାରିଟେବୁଲ ଟ୍ରଷ୍ଟର ପ୍ରତିଷ୍ଠାତା ଚିନ୍ମୟୀ ଦାସଙ୍କ ନେତୃତ୍ୱରେ ଆଜି କାଣ୍ଡସର ଦିବ୍ୟ ଜୀବନ ହାଇସ୍କୁଲ ପ୍ରାଙ୍ଗଣରେ ସାପ କାମୁଡ଼ା ମୃତ୍ୟୁ ପ୍ରତିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।

କାର୍ଯ୍ୟକ୍ରମରେ ସମାଜସେବୀ ଚିନ୍ମୟୀ ଦାସ, ବିଦ୍ୟାଳୟର ଶିକ୍ଷକ ଚିନ୍ମୟ କୁମାର ସାହୁ, ଶିକ୍ଷକ ପରେଶ କୁମାର ଷଡ଼ଙ୍ଗୀ ସାପ କାମୁଡ଼ା ମୃତ୍ୟୁ ପ୍ରତିରୋଧ ସଚେତନତା ଉପରେ ଆଲୋକପାତ କରାଇଥିଲେ। ସାପ କାମୁଡ଼ିଲେ ଗୁଣି ଗାରେଡ଼ି କିମ୍ବା ଚେର ମୁଳି ଦିଅନ୍ତୁ ନାହିଁ, ଚଲାବୁଲା କରନ୍ତୁ ନାହିଁ, କୌଣସି ପଟି ଭିଡ଼ନ୍ତୁ ନାହିଁ, ପାଟିରେ ଶୋଷନ୍ତୁ ନାହିଁ, କେବଳ ଡାକ୍ତରଖାନାକୁ ନିଅନ୍ତୁ ଓ ଅଭିଜ୍ଞ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ବୋଲି ସଚେତନ କରାଯାଇଥିଲା। ଜୟ ଜଗନ୍ନାଥ ସ୍ବେଚ୍ଛାସେବୀ ଅନୁଷ୍ଠାନର ସଭାପତି ଅନନ୍ତ ବାରିକ, ସାଧାରଣ ସମ୍ପାଦକ ସୁଧାକର ସାହୁ ସହଯୋଗ କରିଥିଲେ।

ତେବେ ଏହି ସାପ କାମୁଡ଼ା ମୃତ୍ୟୁ ପ୍ରତିରୋଧ ଉପରେ ସଚେତନତା କାର୍ଯ୍ୟକ୍ରମ ଆହୁରି ବ୍ୟାପକ କରାଯିବ ବୋଲି ଟ୍ରଷ୍ଟର ମୂଖ୍ୟ ଚିନ୍ମୟୀ ଦାସ କହିଛନ୍ତି। ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ।

Share

Leave a Reply