ଅନୁଗୁଳ: ଅନୁଗୁଳ ଜିଲ୍ଲା ବଳରାମପ୍ରସାଦସ୍ଥିତ ନକୁଳଚନ୍ଦ୍ର ସ୍ବତନ୍ତ୍ର ଦୃଷ୍ଟିହୀନ ବିଦ୍ୟାଳୟ ପରିସରରେ ରବିବାର ନାଲକୋ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ୍ ସିକ୍ୟୁରିଟି ଫୋର୍ସର ନବନିଯୁକ୍ତ କମାଣ୍ଡାଣ୍ଡ ହେମନ୍ତକୁମାର ବ୍ରହ୍ମା ଭିନ୍ନକ୍ଷମ ଅନ୍ତେବାସୀଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ବିଦ୍ୟାଳୟର ସମ୍ପାଦିକା ରେଣୁବାଳା ସାହୁଙ୍କ ଉପସ୍ଥିତିରେ ସିଆଇଏସ୍ଏଫ୍ ପକ୍ଷରୁ ଆୟୋଜିତ ସାମାଜିକ ସେବା କାର୍ଯ୍ୟ ମାଧ୍ୟମରେ ଶିଶୁମାନଙ୍କୁ ଶୁଖୁଲାଖାଦ୍ୟ, ଶୀତବସ୍ତ୍ର, ମସ୍କ୍, ବସ୍ତ୍ର ଆଦି ବଣ୍ଟନ କରିଥିଲେ। କାର୍ଯ୍ୟକ୍ରମରେ ହେମନ୍ତଙ୍କ ପତ୍ନୀ ଅନିତା ବ୍ରହ୍ମା ସାମିଲ ଥିଲେ। ନାଲକୋ ସିଆଇଏସ୍ଏଫ୍ ସୋସିଆଲ ୟୁନିଟ୍ ସଦସ୍ୟା ସସ୍ମିତା ସାମଲ, ନିବେଦିତା ପାଣ୍ଡେ ଏହାର ପରିଚାଳନା କରିଥିଲେ । କାର୍ଯ୍ୟକର୍ମରେ ଆସିଷ୍ଟାଣ୍ଟ କମାଣ୍ଡାଣ୍ଡ ବିକେ ତିୱାରୀ, ବିଦୁଭୂଷଣ ସରମା, କୁବେର ବିଶୋୟୀ, ଅରୁନ କୁମାର, ପ୍ରଶାନ୍ତକୁମାର ସାସମଲ ଓ ପ୍ରମୁଖ ଅଧିକାରୀମାନେ ଉପସ୍ଥିତ ଥିଲେ।
ସିଆଇଏସ୍ଏଫ୍ ପକ୍ଷରୁ ସାମାଜିକ ସେବା
- Post published:December 20, 2021
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Angul TV Bureau
