ସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

You are currently viewing ସମାଜସେବୀଙ୍କୁ ହସ୍ପିଟାଲରେ ଡାକ୍ତରଙ୍କ ଦୁର୍ବ୍ୟବହାର ଅଭିଯୋଗ

ଅନୁଗୁଳ: ସ୍ଥାନୀୟ ମାନବ ସେବାଶ୍ରମର ମୁଖ୍ୟ ଚିନ୍ମୟୀ ଦାସଙ୍କୁ ଡାକ୍ତରଖାନାରେ ଡାକ୍ତର ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ହୋଇଛି। ଅଭିଯୋଗ ମୁତାବକ, ଗତ କାଲି ଅପରାହ୍ନରେ ଚିନ୍ମୟୀ ଦାସ ଆଶ୍ରମର ଜଣେ ମହିଳା ଅନ୍ତେବାସୀ ରେଣୁବାଳା ସାହୁ(୭୦) ଙ୍କୁ ଅସୁସ୍ଥ ଅବସ୍ଥାରେ ଅନୁଗୁଳ ଡାକ୍ତରଖାନା ନେଇଥିଲେ। କିନ୍ତୁ ଓପିଡିରେ ଥିବା ଜଣେ ଡାକ୍ତର ତାଙ୍କୁ ଗାଳି ଗୁଲଜ କରିବା ସହ ରୁମରୁ ବାହାରିଯିବାକୁ କହିଥିଲେ। ଏ ନେଇ ଚିନ୍ମୟୀ ଆଜି ଜିଲ୍ଲାପାଳଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ପ୍ରକାଶ ଯେ ଉକ୍ତ ଡାକ୍ତରଙ୍କ ନାଁ ଏସ୍ ଏସ୍ ବରାଳ ବୋଲି ଜଣାଯାଇଛି।

Share

Leave a Reply