ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ମୌଜ଼ାରେ ବୈତରଣୀ ୱେଷ୍ଟ କୋଲ ବ୍ଲକ୍ ଓଏମସି ଦ୍ଵାରା ଉତ୍ତୋଳନ ପାଇଁ ସ୍ଥିରୀକୃତ ହୋଇଛି। ମଙ୍ଗଳବାର ପୂର୍ବାହ୍ନରେ କୋଇଲା ଖଣି ନିମନ୍ତେ ସୋସିଓ ଇକୋନୋମିକ୍ ସର୍ଭେ କାର୍ଯ୍ୟ ଚାଲିଥିଲା । ଏହାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖା ଦେଇଥିଲା। ଅସନ୍ତୁଷ୍ଟ ଗ୍ରାମବାସୀ ସର୍ଭେ କର୍ମଚାରୀ ମାନଙ୍କୁ ଗ୍ରାମକୁ ଆଣି ଅଟକ ରଖିଥିଲେ। ପରେ ସର୍ଭେ କରୁଥିବା ସଂସ୍ଥାର ଅଧିକାରୀ, ସ୍ଥାନୀୟ ପୋଲିସ ଓ ଗ୍ରାମବାସୀଙ୍କ ମଧ୍ୟରେ ଆଲୋଚନା ହୋଇଥିଲା । ନିଷ୍ପତ୍ତି ଅନୁସାରେ ଜମି ଅଧିଗ୍ରହଣ ନିମନ୍ତେ ପ୍ରଥମେ ଗ୍ରାମବାସୀଙ୍କ ସହିତ ଆଲୋଚନା ହେବା ପରେ ସର୍ଭେ କାର୍ଯ୍ୟ ଆରମ୍ଭ କରାଜିବ ବୋଲି ବୈଠକରେ ଲିଖିତ ଦେବା ପରେ କର୍ମଚାରୀ ମାନଙ୍କୁ ଛଡା ଯାଇଥିଲା ।ବୈଠକରେ ଛେଣ୍ଡିପଦା ଗ୍ରାମ ସଭାପତି ଚନ୍ଦ୍ରମଣି ପ୍ରଧାନଙ୍କ ନେତୃତ୍ଵରେ ଉପ ସଭାପତି ସୁଦିପ୍ତ କୁମାର ପ୍ରଧାନ , ସମ୍ପାଦକ ରବିନ୍ଦ୍ର କୁମାର ବେହେରା, ଜୟ କୃଷ୍ଣ ସାହୁ , ଅକ୍ଷୟପାଦ ବେହେରା , ଯୁବ ମଞ୍ଚର ସଭାପତି ଦିପକ କୁମାର ପ୍ରଧାନ , ଦିପକ କୁମାର ବେହେରା , ଡ଼ଃ ବିପିନି ବିହାରୀ ବେହେରା , ଗିରିଧାରୀ ସାହୁ ସମେତ ବହୁ ଗ୍ରାମବାସି ଉପସ୍ଥିତ ଥିଲେ ।
ଓଏମସିର ସୋସିଓ ଇକୋନୋମିକ୍ ସର୍ଭେକୁ ବିରୋଧ
- Post published:December 14, 2021
- Post category:ଅନ୍ୟାନ୍ୟ / ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Sanjeeb Biswal
