ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନା ଓ ଟ୍ରେନ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ଶୋକ ସଭା

0

ଅନୁଗୁଳ : ଅଙ୍ଗାରବନ୍ଧ ମହିମା ଧାମଠାରେ ଅଲେଖ ମହିମା ଧାମ ପରିଚାଳନା କମିଟି ପକ୍ଷରୁ ପରିଚାଳନା କମିଟିର ସଂପାଦକ ସ୍ବର୍ଗତ ଭୂତେଶ ଚନ୍ଦ୍ର ଜେନାଙ୍କ ବିୟୋଗରେ ଶୋକସଭା ଅନୁଷ୍ଠିତ ହୋଇଛି।
କମିଟିର ସଭାପତି ଲୋକନାଥ ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ ସ୍ମୃତି ଚାରଣ ସଭାରେ ସ୍ବର୍ଗତ ଜେନାଙ୍କ ବହୁବିଧ କାର୍ଯ୍ୟ ଉପରେ ଆଲୋଚନା କରି ବିଭିନ୍ନ ବକ୍ତାମାନେ ମତବ୍ୟକ୍ତ କରିଥିଲେ। ସ୍ବର୍ଗତ ଜେନା ନାଲକୋର ଜଣେ ଉଚ୍ଚ ପଦବୀରେ ସଫଳତାର ସହ କାର୍ଯ୍ୟ କରି ଅବସର ଗ୍ରହଣ କରିଥିଲେ ଓ ଜଣେ ଆଗ ଧାଡିର ମହିମା ଧର୍ମର ଭକ୍ତ ଭାବେ ଧର୍ମର ପ୍ରଚାର ଓ ପ୍ରସାର ଦିଗରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ।

ଏ ଅବସରରେ ପ୍ରଥମେ ଅଙ୍ଗାରବନ୍ଧ ଧାମରେ ସ୍ବର୍ଗତ ଜେନା ଓ ବାଲେଶ୍ୱର ଜିଲ୍ଲାର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣା ଜନିତ ମୃତକଙ୍କ ଉଦ୍ଦେଶ୍ୟରେ ଅଖଣ୍ଡ ବତୀ ପ୍ରଜ୍ଜଳନ କରି ଅମର ଆତ୍ମାର ସଦ୍ଗତି ନିମନ୍ତେ ପ୍ରାର୍ଥନା କରାଯାଇଥିଲା।

ଅନ୍ୟମାନଙ୍କ ମଧ୍ୟରେ ଧାମ ପରିଚାଳକ ବାବା ମୁରଲୀଧର ଦାସ, ମଲ୍ଲିକ ବାବା, ଗ୍ରାମ ସଭାପତି ବିଦ୍ୟାଧର ସାହୁ, ଅଲେଖ ମହିମା ସାମାଜିକ ଉନ୍ନୟନ ପରିଷଦର ସଭାପତି ଗୋପାଳ ନାଥ, ପରିଚାଳନା କମିଟିର ସାଧାରଣ ସଂପାଦକ କୃଷ୍ଣ ଚନ୍ଦ୍ର ପ୍ରଧାନ, ସମ୍ପାଦକ ସନ୍ତୋଷ ଦେହୁରୀ, କୋଷାଧ୍ୟକ୍ଷ ବିଜ୍ଞାନୀ ବେହେରା, ଉପସଭାପତି ବାମଦେବ ସାହୁ, ପରିଷଦ କୋଷାଧ୍ୟକ୍ଷ ଅକ୍ଷୟ ସାହୁ, ଭକ୍ତ ଅଜୟ ଦେହୁରୀ, କରୁଣାକର ସାହୁ, ଭାସ୍କର ଦେହୁରୀ, ଶଙ୍କର୍ଷଣ ସାମଲ, ବନ୍ଦା ଟୁଙ୍ଗି ସଭାପତି ପ୍ରଫୁଲ୍ଲ ଚନ୍ଦ୍ର ସାହୁ ପ୍ରମୁଖ ବନ୍ଦା, ଗାଙ୍ଗିଯୋରୀ, କଙ୍କିନାଳୀ, ବିଦ୍ୟାଧର, କୁଲାଡ, କୋଶଳା, ଖଲାରୀ ତଥା ଆଖପାଖ ବିଭିନ୍ନ ଗ୍ରାମର ଭକ୍ତ ଉପସ୍ଥିତ ଥିଲେ।

Leave A Reply

Your email address will not be published.

error: Content is protected !!