ଅନୁଗୁଳ:;ଆଜି ଅନୁଗୁଳ ପୌର ସଭା କକ୍ଷରେ ଅନୁଗୁଳର ଶେଷ ସ୍ୱାଧୀନ ରାଜା ସୋମନାଥ ସିଂହ ଜଗଦ୍ଦେବଙ୍କ ଜୟନ୍ତୀ ପାଳିତ ହୋଇଯାଇଛି।
ଏ ଅବସରରେ ସୋମନାଥ ସ୍ମୃତି କମିଟି ପକ୍ଷରୁ ପୁରୁଣା ବସ୍ ଷ୍ଟାଣ୍ଡରେ ଥିବା ରାଜାଙ୍କ ପୂର୍ଣ୍ଣାବୟବ ପ୍ରତି ମୂର୍ତ୍ତିରେ ଅତିଥି ମାନେ ମାଲ୍ୟାର୍ପଣ କରିଥିଲେ। ଏହାପରେ ପୌର ସଭା କକ୍ଷରେ କମିଟି ପକ୍ଷରୁ ଏକ ସାଧାରଣ ସଭା ଆୟୋଜିତ ହୋଇଥିଲା। ଶିକ୍ଷାବିତ୍ ଡ଼ା ଧରଣୀଧର ନାଥଙ୍କ ସଂଯୋଜନାରେ ଆୟୋଜିତ ଏହି ସଭାରେ କମିଟିର ପ୍ରତିଷ୍ଠାତା ଗୋବିନ୍ଦ ରାୟଗୁରୁ, ପୂର୍ବତନ ମନ୍ତ୍ରୀ ସଞ୍ଜୀବ ସାହୁ, ପୂର୍ବତନ ଢେଙ୍କାନାଳ ସାଂସଦ ମହେଶ ସାହୁ, ପୂର୍ବତନ ତାମଡ଼ା ଅଧକ୍ଷ ଶକ୍ତି ପ୍ରସାଦ ପଟ୍ଟନାୟକ, କମିଟି ସଭାପତି ହେମନ୍ତ ଦାସ, ସମ୍ପାଦକ ବନ ବିହାରୀ ପଟ୍ଟନାୟକ ପ୍ରମୁଖ ଅତିଥି ରୂପେ ଯୋଗଦେଇଥିଲେ। ସମାରୋହରେ ଶ୍ରୀ ରାଜଗୁରୁଙ୍କ ଶାସନ ବ୍ୟବସ୍ଥା, ଅନୁଗୁଳ ମାଟିକୁ ରକ୍ଷା ପାଇଁ ଇଂରେଜ ମାନଙ୍କ ସହ ତାଙ୍କର ସଂଗ୍ରାମ, ମନ୍ତ୍ରୀ ନୃସିଂହ ରାୟଗୁରୁଙ୍କ ସହାୟତା ଉପରେ ବିସ୍ତୃତ ବର୍ଣ୍ଣନା କରିଥିଲେ। ଅନ୍ୟ ଅତିଥି ମାନେ ରାଜାଙ୍କ ବୀରତ୍ୱ,ସଂଘର୍ଷ ର ଅମର କାହାଣୀ ବର୍ଣ୍ଣନା କରିଥିଲେ।
ଗୀତାମୟୀ ମହାପାତ୍ର ଓ ନିରଞ୍ଜନ ପତି ରାଜାଙ୍କ ଉପରେ କବିତା ପାଠ କରିଥିଲେ।ସମାରୋହରେ ରାଣୀ ଶୁକଦେଇ ସଂଗଠନର ସଦସ୍ୟା ମାନେ ଯୋଗଦେଇ ପାଇକ ଆଖଡ଼ା ପ୍ରଦର୍ଶନ କରିଥିଲେ।ଅତିଥିମାନେ ରାଜାଙ୍କ ସ୍ମୃତି ରକ୍ଷା ପାଇଁ ଉଦ୍ୟମ ହେତୁ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁଙ୍କୁ ପୁଷ୍ପଗୁଚ୍ଛ, ମାନପତ୍ର, ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ ।