ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

You are currently viewing ବାପାଙ୍କୁ ମରଣାନ୍ତକ ଆକ୍ରମଣକରି ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଜରାସିଂହା ଗାଁରେ ବାପାଙ୍କୁ ମରଣାନ୍ତକ ଆକ୍ରମଣକରିବା ଅଭିଯୋଗରେ ପୁଅକୁ ଗିରଫ କରିଛି ପୋଲିସ।

ସୂଚନା ଯେ, ଗାଁର ଦିଲ୍ଲିପ ସାହୁ ଗୁରୁବାର ରାତିରେ ତାଙ୍କ ସ୍ତ୍ରୀଙ୍କୁ ଗାଳିଗୁଲଜକରି ମାଡ଼ ମାରୁଥିଲେ। ଏହି ସମୟରେ ସେଠାରେ ତାଙ୍କ ବାପା ମୋହନ ସାହୁ ସେଠାରେ ପହଞ୍ଚି ଦିଲ୍ଲିପଙ୍କୁ ପାଟିକରି ମାଡ଼ ମାରିବାରୁ ଛଡ଼ାଇଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ଦିଲ୍ଲିପ ଏକ ଠେଙ୍ଗାରେ ତାଙ୍କ ବାପା ମୋହନଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ଫଳରେ ମୋହନଙ୍କ ହାତ ଭାଙ୍ଗିଯିବାସହ ଗୁରୁତର ଆହତ ହୋଇଥିଲେ। ଏ ନେଇ ମୋହନ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗପାଇ ପୋଲିସ ଏକ ମାମଲା ରୁଜୁକରି ଅଭିଯୁକ୍ତ ପୁଅ ଦିଲ୍ଲିପଙ୍କୁ ଗିରଫକରି ଶୁକ୍ରବାର କୋର୍ଟ ଚାଲାଣ କରିଛି।

Share

Leave a Reply