ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

You are currently viewing ବାପାଙ୍କୁ ମରଣାନ୍ତକ ଆକ୍ରମଣ, ପୁଅ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲ୍‌କୋ ଥାନା ଅନ୍ତର୍ଗତ ଗିରାଙ୍ଗ ଗାଁରେ ବାପାଙ୍କୁ ମରଣାନ୍ତକ ଅକ୍ରମଣ କରିବା ଅଭିଯୋଗରେ ପୁଲିସ ଗୁରୁବାର ପୁଅକୁ ଗିରଫ କରିଛି।

ସୂଚନା ଯେ, ଗିରାଙ୍ଗ ଗାଁର ଦିବାକ ଦେହୁରୀ(୭୫)ଙ୍କୁ ବୁଧବାର ରାତିରେ ପୁଅ ସୁରେନ୍ ଦେହୁରୀ(୩୭) ଗାଳିଗୁଲଜ କରି କହିଲେ ଟଙ୍କା ଦେବୁ ନା, ଜମି ଦେବୁ । ଏଥିରେ ଦିବାକର ମନା କରିବାରୁ ସୁରେନ୍ ରାଗିଯାଇ ଦିବାକରଙ୍କୁ ମାଡ଼ମାରି ତଣ୍ଟିଚିପି ହତ୍ୟା ଉଦ୍ୟମ କରିଥିଲେ । ତେବେ ସେଠାରେ ଥିବା ଦିବାକରଙ୍କ ସ୍ତ୍ରୀ ଓ ବଡ଼ପୁଅ ଦିବାକରଙ୍କୁ ଉଦ୍ଧାର କରିଥିଲେ । ଏ ନେଇ ଦିବାକର ଥାନାରେ ଲିଖତ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ଏକ ମାମଲା ରୁଜୁକରି ଗୁରୁବାର ସୁରେନ୍‌ଙ୍କୁ ଗିରଫ କରି କୋର୍ଟଚାଲାଣ କରିଛି ।

Share

Leave a Reply