ବାପାକୁ ଧମକ ଦେଇ ପୁଅ ଗିରଫ

You are currently viewing ବାପାକୁ ଧମକ ଦେଇ ପୁଅ ଗିରଫ

ଅନୁଗୁଳୁ: ସମଲ ଥାନା ସମଲ ବ୍ୟାରେଜ ଅଞ୍ଚଳରେ ରହୁଥିବା ସର୍ବେଶ୍ବର ଦାଶ ନାମକ ଜଣେ ପୂଜକଙ୍କୁ ତାଙ୍କ ପୁଅ ଶକ୍ତିଧର ଦାଶ (୩୬) ଶନିବାର ନିଶାସକ୍ତ ଅବସ୍ଥାରେ ଅସଭ୍ୟ ଭାଷାରେ ଗାଳି ଦେବା ସହ ମାଡ଼ ମାରିବାକୁ ଧମକ ଦେଇଥିବା ଅଭିଯୋଗ ହୋଇଛି। ସର୍ବେଶ୍ବର ଶନିବାର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ପୁଲିସ ଏ ସଂପର୍କରେ ଏକ ମାମଲା ରୁଜୁ କରିବା ସହ ଶକ୍ତିଧରଙ୍କୁ ଗିରଫକରି ରବିବାର କୋର୍ଟ ଚାଲାଣ କରିଛି।

Share

Leave a Reply