ଅନୁଗୁଳ: ଅନୁଗୁଳର ଯୁବ ବିଜେଡ଼ି ନେତା ସୌମ୍ୟରଞ୍ଜନ ସାହୁ ରାଜ୍ୟ ଛାତ୍ର ବିଜେଡି ସଭାପତି ତଥା ବାଙ୍କୀ ବିଧାୟକ ଦେବୀ ରଞ୍ଜନ ତ୍ରିପାଠୀ (ଟୁବୁ ଭାଇ) ଙ୍କୁ ତାଙ୍କ ଭୁବନେଶ୍ବର ସ୍ଥିତ ବାସଭବନରେ ଭେଟି ଅନୁଗୁଳର ଛାତ୍ର ରାଜନୀତି,ଆଗାମୀ କଲେଜ୍ ନିର୍ବାଚନ ପରିପ୍ରେକ୍ଷୀରେ ଛାତ୍ର ସଂଗଠନକୁ ଏବେଠାରୁ କିଭଳି ମଜଭୁତ କରାଯିବ ଏବଂ ଛାତ୍ର ସମସ୍ୟାର ସମାଧାନ କିଭଳି କରାଯିବ ସେଥିନେଇ ସେ ସଭାପତିଙ୍କ ସହ ଗୁରୁତ୍ୱପୂର୍ଣ୍ଣ ଆଲୋଚନା କରିଥିଲେ। ରାଜ୍ୟ ସଭାପତି ଶ୍ରୀ ତ୍ରିପାଠୀ ସୌମ୍ୟରଞ୍ଜନଙ୍କୁ ଅନୁଗୁଳ ଛାତ୍ର ବିଜେଡିକୁ କିଭଳି ମଜଭୁତ କରାଯିବ ସେଥିନେଇ ପରାମର୍ଶ ଦେବାସହ ସବୁ ପ୍ରକାର ସହଯୋଗ ଦିଆଯିବ ବୋଲି କହିଥିଲେ।
ରାଜ୍ୟ ବିଜୁ ଛାତ୍ର ଜନତା ସଭାପତିଙ୍କୁ ଭେଟିଲେ ଅନୁଗୁଳର ସୌମ୍ୟରଞ୍ଜନ
- Post published:August 23, 2024
- Post category:ଅନ୍ୟାନ୍ୟ
- Post comments:0 Comments
- Post author:Biswaranjan Pattnaik

Tags: Angul