ଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

You are currently viewing ଷୋଳପଦା ଶୌଣ୍ଢିକ ସମାଜର ବାର୍ଷିକ ସମ୍ମିଳନୀ ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଉପଖଣ୍ଡ ଅନ୍ତର୍ଗତ ଷୋଳପଦା ଶୁଣ୍ଢୀ ସମାଜ ପକ୍ଷରୁ ଅଲେଖପୁର ଆମ୍ବ ତୋଟାଠାରେ ବାର୍ଷିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି। ସଭାରେ ଅତିଥିମାନଙ୍କୁ ଉତ୍ତରୀୟ ପ୍ରଦାନ ପୂର୍ବକ ସମ୍ମାନିତ କରାଯାଇଥିଲା।

ଯଶୋବନ୍ତ ସାହୁଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସମାଜର ବିଭିନ୍ନ ରୀତିନୀତି ଅନୁସାରେ କାର୍ଯ୍ୟ କରିବା ସହ ଶୁଣ୍ଢୀ ସମାଜର ଉନ୍ନତି ଓ ସଦସ୍ୟମାନଙ୍କ ମଧ୍ୟରେ ସୁସମ୍ପର୍କ ବଜାୟ ରଖିବା ବିଷୟରେ ଆଲୋଚନା କରାଯାଇଥିଲା। ଏହି ସମ୍ମିଳନୀରେ ପକଣ୍ଡା, ଠାକୁରଗଡ଼, ବଡ଼ ଗୋବିନ୍ଦପୁର, ଗାଁ ବଇଣ୍ଡା, ସାପଘରା, ଆଠମଲ୍ଲିକ, କରଡ଼ାସିଂ ଏବଂ ବିନିକେୟୀ ଗାଁରୁ ପ୍ରାୟ ଦୁଇ ଶହରୁ ଅଧିକ ସଦସ୍ୟ ଯୋଗ ଦେଇଥିଲେ।

ସମ୍ପାଦକ ସ୍ୱପ୍ନେଶ୍ୱର ସାହୁ ବାର୍ଷିକ ଆୟ-ବ୍ୟୟର ହିସାବ ବିବରଣୀ ପାଠ କରିଥିଲେ। ସଭା ପରିଚାଳନାରେ ବିଜୟ କୁମାର ସାହୁ, ଗୁରୁ ଚରଣ ସାହୁ, ଦୟାନିଧି ସାହୁ, ଦେବାଶିଷ ସାହୁ, ମାନସ କୁମାର ସାହୁ ଓ ଅଶୋକ କୁମାର ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ।

Share

Leave a Reply