ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ପାଳିତ

You are currently viewing ବିଜୁ ଜନତା ଦଳ ପକ୍ଷରୁ ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ପାଳିତ

ଅନୁଗୁଳ: ଅନୁଗୁଳ ଜିଲ୍ଲାର ପ୍ରତିଷ୍ଠାତା, ଅବିଭକ୍ତ ଢେଙ୍କାନାଳ ଜିଲ୍ଲାର ବରପୁତ୍ର, ପୂର୍ବତନ ମନ୍ତ୍ରୀ, ସମବାୟବିତ ସ୍ବର୍ଗତ ଅଦ୍ଵୈତ ପ୍ରସାଦ ସିଂହଙ୍କ ଷୋଡ଼ଶ ଶ୍ରାଦ୍ଧ ବାର୍ଷିକୀ ଦିବସ ବିଜୁ ଜନତା ଦଳ ପକ୍ଷରୁ ପାଳିତ ହୋଇଛି।
ଏ ଅବସରରେ ଅମର ଆତ୍ମାର ସଦ୍ଗତି କାମନା କରି ମା’ ବୁଢ଼ୀ ଠାକୁରାଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରିବା ସହିତ ସମୂହ ଦୀପଦାନ କରାଯାଇଥିଲା। ଏଥିସହ ବିଜୁ ମଇଦାନ ସ୍ଥିତ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଛି। ଏଥି ସହିତ ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ରୋଗୀଙ୍କୁ ଫଳ ବଣ୍ଟନ କରାଯାଇଥିଲା ଏବଂ ଆଦୃତ ଅନାଥ ଆଶ୍ରମ ଠାରେ ସମସ୍ତ ପିଲା ମାନଙ୍କୁ ରନ୍ଧା ଖାଦ୍ୟ ବଣ୍ଟନ କରାଯାଇଥିଲା।

ଅରୁଣାଭ ସିଂହଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ବଅଁରପାଳ ବ୍ଲକ ଅଧ୍ୟକ୍ଷ ବିଜୟ କୁମାର ନାଥ, ନଗରପାଳ ଅକ୍ଷୟ କୁମାର ସାମନ୍ତ, ବ୍ଲକ ଅଧ୍ୟକ୍ଷା ରାଜଶ୍ରୀ ସାହୁ, କାଉନସିଲର ସଦାନନ୍ଦ ପଣ୍ଡା, କାଉନସିଲର ସୁକାନ୍ତି ଦାସ, କାଉନସିଲର ରଞ୍ଜିତ ମାଣ୍ଡୋଠିଆ, ତ୍ରିଲୋଚନ ପ୍ରଧାନ, ସମବାୟ ନିର୍ଦ୍ଦେଶକ ସରୋଜ ନାଏକ, ନଗର ମହିଳା ବିଜେଡି ସଭାନେତ୍ରୀ ମାଳିନୀ ସର, ନଗର ଯୁବ ବିଜେଡି ସଭାପତି ବିଶ୍ବରଂଜନ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

Share

Leave a Reply