ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସରେ ଭାଦ୍ରବ ସତସଙ୍ଗ ପରିକ୍ରମା ଆୟୋଜିତ

You are currently viewing ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସରେ ଭାଦ୍ରବ ସତସଙ୍ଗ ପରିକ୍ରମା ଆୟୋଜିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ସତସଙ୍ଗ ବିହାର ଆନୁକୂଲ୍ୟରେ ଶ୍ରୀ ଶ୍ରୀ ଠାକୁର ଅନୁକୂଳ ଚନ୍ଦ୍ରଙ୍କ ଜନ୍ମ ମାସରେ ଭାଦ୍ରବ ସତସଙ୍ଗ ପରିକ୍ରମା ମଙ୍ଗଳବାର ଠାରୁ ଆରମ୍ଭ ହୋଇଛି। ସନ୍ଧ୍ୟାରେ ବିଶେଷ ସତସଙ୍ଗର ଆୟୋଜନ କରାଯାଇଥିଲା। ଏଥିରେ ଠାକୁରଙ୍କ ବିନତି ପ୍ରାର୍ଥନା, ଗ୍ରନ୍ଥ ପାଠ, ଭଜନ କୀର୍ତ୍ତନ ଏବଂ ଠାକୁରଙ୍କ ଭାବ ଧାରା ସମ୍ବଳିତ ଆଲୋଚନା ହୋଇଥିଲା।

ଭକ୍ତ ମଣ୍ଡଳୀ ୫ ମିନିଟ ପାଇଁ ଶତ ମନ୍ତ୍ର ଜପ କରିଥିଲେ।
ଏହି ସତସଙ୍ଗରେ କୁମୁଦଚନ୍ଦ୍ର ପ୍ରଧାନ, ଅର୍ଜୁନ କୁମାର ରାଉଳ, ଦିଲ୍ଲୀପ କୁମାର ପାତ୍ର, କେଶବ ଚନ୍ଦ୍ର ସାହୁ, ସୁମନ୍ତ କୁମାର ପ୍ରଧାନ, ପ୍ରଶାନ୍ତ କୁମାର ହୋତା, ଅରୁଣ କୁମାର କ୍ଷେତୀ, ପ୍ରଦୀପ କୁମାର ସାହୁ, ଗିରିଶ ଚନ୍ଦ୍ର ଭୁକ୍ତା, ବିନାୟକ ନାୟକ ସହଯୋଗ କରିଥିଲେ। ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା। ଠାକୁରଙ୍କ ଏହି କାର୍ଯ୍ୟକ୍ରମ ମାସେ ଧରି ଚାଲିବ ବୋଲି ଜଣାଯାଇଛି।

Share

Leave a Reply