ଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

You are currently viewing ଆଜି ରାଜ୍ୟ କ୍ୟାବିନେଟ ବୈଠକ: ୯ଟି ପ୍ରସ୍ତାବରେ ଲାଗିବ ମୋହର

ଭୁବନେଶ୍ବର: ଆଜି (ଶୁକ୍ରବାର) ବସିବ ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ । ଅପରାହ୍ନ ୫ଟା ୩୦ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ ।

ତେବେ ଏହି ବୈଠକରେ ୯ଟି ପ୍ରସ୍ତାବରେ କ୍ୟାବିନେଟର ମୋହର ଲାଗିବ ନେଇ ସୂଚନା ମିଳିଛି । ଶୀତକାଳୀନ ବିଧାନସଭା ଅଧିବେଶନ ପୂର୍ବରୁ ବସିବ ଶେଷ କ୍ୟାବିନେଟ ବୈଠକ । ହେବାକୁ ଥିବା ମେକ ଇନ ଓଡିଶା କନକ୍ଲେଭ ୨୦୨୨ ଓ ହକି ବିଶ୍ୱକପକୁ ଦୃଷ୍ଟିରେ ରଖି ବିଭିନ୍ନ ବିଭାଗର ପ୍ରସ୍ତାବରେ ମୋହର ମାରିବ ରାଜ୍ୟ କ୍ୟାବିନେଟ ।

ବୈଠକରେ ଅର୍ଥ, ନଗର ଉନ୍ନୟନ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ, ରାଜସ୍ବ କ୍ରୀଡା ଓ ଶିଳ୍ପ ସମ୍ବନ୍ଧୀୟ ପ୍ରସ୍ତାବ ଆସିବାର ସମ୍ଭାବନା ରହିଛି । ମୁଖ୍ୟମନ୍ତ୍ରୀ ନବୀନ ନିବାସରୁ ଭିସି ଜରିଆରେ ବୈଠକର ଅଧ୍ୟକ୍ଷତାରେ କରିବେ । ସେହିପରି ମନ୍ତ୍ରୀ ଗଣ ଲୋକସେବା ଭବନ ଓ ଜିଲ୍ଲା ମୁଖ୍ୟାଳୟରୁ ଯୋଡି ହେବେ।

Share

Leave a Reply