ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍‌ଯାପିତ

You are currently viewing ରାଜ୍ୟସ୍ତରୀୟ ଖୋଖୋ ପ୍ରତିଯୋଗିତା ଉଦ୍‌ଯାପିତ

ଅନୁଗୁଳ: ଅନୁଗୁଳ ଷ୍ଟାଡିୟମରେ ଚାଲିଥିବା ରାଜ୍ୟ ସ୍ତରୀୟ ଖୋ-ଖୋ (ବରିଷ୍ଠ) ପ୍ରତିଯୋଗିତା ବୁଧବାର ଉଦ୍‌ଯାପିତ ହୋଇଛି। ପୁରୁଷ ବିଭାଗରେ ବାଲେଶ୍ବର ଏବଂ ମହିଳା ବିଭାଗରେ କିଟ୍ ବିଜେତା ହୋଇଛି। ବୁଧବାର ଏହି ୩ ଦିନିଆ ପ୍ରତିଯୋଗିତାର ସେମିଫାଇନାଲ ଓ ଫାଇନାଲ ମ୍ୟାଚ୍ ଖେଳାଯାଇଥିଲା। ପୁରୁଷ ବିଭାଗ ଫାଇନାଲରେ ବାଲେଶ୍ଵର ୧ ପଏଣ୍ଟରେ (୧୯- ୧୮) କିଟ୍ ବିଶ୍ବବିଦ୍ୟାଳୟକୁ ପରାସ୍ତ କରି ବିଜେତା ହୋଇଥିଲା। ଏଥିରେ ଜଗତସିଂହପୁର ତୃତୀୟ ସ୍ଥାନରେ ରହିଥିଲା। ସେହିପରି ମହିଳା ବିଭାଗ ଫାଇନାଲ ମ୍ୟାଚ୍‌ରେ କିଟ୍ ବିଶ୍ବବିଦ୍ୟାଳୟ ୬ ପଏଣ୍ଟରେ (୧୫- ୯) ବାଲେଶ୍ବରକୁ ପରାସ୍ତ କରିଥିଲା। ଏଥିରେ ମଧ୍ୟ ଜଗତସିଂହପୁର ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା।ତୃତୀୟ ସ୍ଥାନରେ ସନ୍ତୁଷ୍ଟ ହୋଇଥିଲା। ଉଦ୍‌ଯାପନୀ ଉତ୍ସବରେ ଉପବାଚସ୍ପତି ରଜନୀକାନ୍ତ ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁରସ୍କାର ବିତରଣ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ସନ୍ତୋଷ ପ୍ରଧାନ, ଡିଆରଡିଏ ପ୍ରକଳ୍ପ ନିର୍ଦେଶକ ଦିଲୀପ ସାହୁ, ଜିନ୍ଦଲର କାର୍ଯ୍ୟକାରି ସଭାପତି ରବି ଶଙ୍କର, ଓଡିଶା ଖୋ-ଖୋ ସଂଘର ସମ୍ପାଦକ ପ୍ରଦ୍ୟୁମ୍ନ କୁମାର ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ। ଏହି ପ୍ରତିଯୋଗିତାରେ ୨୨ ଜିଲ୍ଲାରୁ ପୁରୁଷ ବିଭାଗରେ ୨୨ ଦଳର ୩୦୮ ଏବଂ ମହିଳା ବିଭାଗରେ ୧୮ ଦଳରୁ ୨୫୨ ଜଣ ଭାଗ ନେଇଥିଲେ। ଏହି ପ୍ରତିଯୋଗିତାରେ ଖେଳାଳିଙ୍କ ପ୍ରଦର୍ଶନକୁ ବିଚାର କରି ଓଡ଼ିଶା ଦଳ ଚୟନ କରାଯିବ। ସେମାନେ ୨୬ରୁ ୩୦ ତାରିଖ ମଧ୍ୟରେ ମଧ୍ୟପ୍ରଦେଶର ଜବଲପୁରଠାରେ ଆୟୋଜିତ ଜାତୀୟ ପ୍ରତିଯୋଗିତାରେ ଭାଗ ନେବେ ରାଜ୍ୟ ସ୍ତରରୁ ୫୦ ଓ ଜିଲ୍ଲା ସ୍ତରରୁ ୬୦ ଜଣ କର୍ମକର୍ତ୍ତା ଓ ସ୍ବେଛାସେବୀ ଏହି ପ୍ରତିଯୋଗିତା ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply