ବର୍ଷା ବିତ୍ପାତ: ଘର ଉପରେ ପଡ଼ିଲା ଗଛ ଓ ବିଦ୍ୟୁତ୍ ଖୁଣ୍ଟ, ଅଳ୍ପକେ ବର୍ତ୍ତିଲେ ପରିବାର ଲୋକ

0

ଅନୁଗୁଳ: ଆଜି ଅପରାହ୍ନରେ ପାଳଲହଡା ବ୍ଲକ ଡିମିରିଆ ପଞ୍ଚାୟତ ଖଜୁରିଆ ଗାଁରେ ହୋଇଥିବା ପବନ ବର୍ଷାରେ ଏକ ଗଛ ଓ ବିଦ୍ୟୁତ ଖୁଣ୍ଟ ଉପୁଡ଼ି ପଡ଼ି ଜଣଙ୍କ ଘର ଉପରେ ପଡ଼ିଛି। କିନ୍ତୁ ସୌଭାଗ୍ୟବଶତଃ କାହାର କିଛି ହୋଇନଥିବା ସୂଚନା ମିଳିଛି।

ସୂଚନା ମୁତାବକ, ଆଜି ଅପରାହ୍ନରେ ପ୍ରବଳ ପବନ ସହିତ ବର୍ଷା ହେବାରୁ ଏକ ବିରାଟ ଗଛ ଓ ଇଲେକ୍ଟ୍ରିକ ଖୁଣ୍ଟ ଉପୁଡ଼ି ପଡି ଗାଁର ଶୁକ୍ରା ହେମ୍ବ୍ରମଙ୍କ ଘର ଉପରେ ପଡିଥିଲା। ସେହି ସମୟରେ ଘରେ ୩ ଜଣ ସଦସ୍ୟ ଥିଲେ। ତେବେ ସମସ୍ତେ ଅଳ୍ପକେ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି। କିନ୍ତୁ ଏହି ଘଟଣାରେ ଘରର କିଛି ଅଂଶ ଭାଙ୍ଗି ଯାଇଥିବା ଜଣାଯାଇଛି।

Leave A Reply

Your email address will not be published.

error: Content is protected !!