ରାଜ୍ୟସ୍ତରୀୟ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ

You are currently viewing ରାଜ୍ୟସ୍ତରୀୟ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ

ଅନୁଗୁଳ: ସ୍ଥାନୀୟ ସଂସ୍କୃତି ବିଭାଗ ସଭାକକ୍ଷରେ ବିଶିଷ୍ଟ ଜନନେତା ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ନବକୃଷ୍ଣ ଚୌଧୁରୀଙ୍କ ୧୨୩ତମ ଜୟନ୍ତୀ ଅବସରରେ ନବକୃଷ୍ଣ ଜନସେବା ସମ୍ମାନ ସମାରୋହ ଆୟୋଜିତ ହୋଇଥିଲା। ଜିଲ୍ଲା ସାହିତ୍ୟ ସଂସଦ ଏବଂ ମାଳତୀ ନବକୃଷ୍ଣ ଟ୍ରଷ୍ଟର ମିଳିତ ଆନୁକୁଲ୍ୟରେ ଆୟୋଜିତ ଏହି ସମାରୋହକୁ ସମାଜସେବୀ ରମାକାନ୍ତ ନାଥ ଉଦ୍ଘାଟନ କରି ନବକୃଷ୍ଣଙ୍କ ସଂସ୍କାରବାଦୀ ବ୍ୟକ୍ତିତ୍ଵ ଅତୁଳନୀୟ ବୋଲି କହିଥିଲେ।

ସମାରୋହରେ ବିଶିଷ୍ଟ ଗାନ୍ଧୀବାଦୀ ତଥା ସମାଜସେବୀ ଆଦିତ୍ୟ ପଟ୍ଟନାୟକଙ୍କୁ ନବକୃଷ୍ଣ ଚୌଧୁରୀ ଜନସେବା ସମ୍ମାନ ପ୍ରଦାନ କରାଯାଇଥିଲା। ସମ୍ମାନର ଉତ୍ତରରେ ଶ୍ରୀ ପଟ୍ଟନାୟକ ବିନୋବା ଭାବେ, ରମାଦେବୀ ଏବଂ ନବକୃଷ୍ଣଙ୍କ ଆଦର୍ଶରେ ସେ ପ୍ରଭାବିତ ହୋଇ ସର୍ବୋଦୟ ଆନ୍ଦୋଳନରେ ଯୋଗ ଦେଇଥିଲେ ବୋଲି ପ୍ରକାଶ କରିଥିଲେ।ନବକୃଷ୍ଣଙ୍କ ଭଳି ସନ୍ଥ ରାଜନୀତିଜ୍ଞ ଭାରତରେ ବିରଳ ବୋଲି ସେ ପ୍ରକାଶ କରିଥିଲେ।

ସଭାରେ ସଭାପତିତ୍ବ କରି ଅନୁଗୁଳ କଲେଜର ପ୍ରାକ୍ତନ ଅଧ୍ୟକ୍ଷ ଶାନ୍ତନୁ କୁମାର ସର ନବ ବାବୁଙ୍କୁ ତ୍ୟାଗପୂତ ରାଜନୀତି ର ପ୍ରତୀକ ବୋଲି କହିଥିଲେ। ସମ୍ପାଦକ ରାଧାକାନ୍ତ ମହାନ୍ତି ଆରମ୍ଭରେ ସଭାର ଆଭିମୁଖ୍ୟ ଉଲ୍ଲେଖ କରିଥିଲେ। ସମାରୋହରେ ଲତିକା ମହାପାତ୍ରଙ୍କ ପୁସ୍ତକ ଆହତ ଉନ୍ମୋଚିତ ହୋଇଥିଲା। ଅନ୍ୟମାନଙ୍କ ମଧ୍ୟରେ ଅଜୟ ନାୟକ,ଶିବରାମ ମିଶ୍ର,ଇନ୍ଦିରା ଦାସ ପ୍ରମୁଖ ନବକୃଷ୍ଣଙ୍କ ବହୁମୁଖି ପ୍ରତିଭା ଉପରେ ଆଲୋଚନା କରିଥିଲେ ।

Share

Leave a Reply