ଅନୁଗୁଳ: ଆଜି କ୍ରିତିକା ଡ୍ୟାନସ୍ ଗ୍ୟାଲେରୀ ପକ୍ଷରୁ ରାଜ୍ୟସ୍ତରୀୟ ଓଡ଼ିଶୀ ନୃତ୍ୟ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି। ଏହି ନୃତ୍ୟ ପ୍ରତିଯୋଗିତାର ସବ ଜୁନିଅର ବିଭାଗରେ ଢେଙ୍କାନାଳର ଦିବ୍ୟଶିଖା ସାହୁ ପ୍ରଥମ,କେଉଁଝରର ତାନିଷ୍କା ସାମଲ ଦ୍ଵିତୀୟ,ନାଲକୋନଗରର ଆହାନଅ ରଥ ତୃତୀୟ ଏବଂ ଶ୍ରେୟଂଶି ମହାରଣା ଓ ଆହାନା ରାଜଙ୍କୁ ସ୍ଵତନ୍ତ୍ର ଜୁରୀ ପୁରସ୍କାର ମିଳିଥିଲା।ଜୁନିଅର ବିଭାଗରେ କରଞ୍ଜିଆର ସାଇସିଦ୍ଧ ମହନ୍ତ ପ୍ରଥମ, ଚିତ୍ରାକ୍ସି ସାହୁ ଦ୍ଵିତୀୟ ଓ ଢେ଼ଙ୍କାନାଳର ଅର୍ପିତା ପ୍ରିୟଦର୍ଶିନୀ ତୃତୀୟ ଏବଂ ପି କ୍ରିତିକା,ରିଧିମା ବାରିକ,ପ୍ରିୟମ୍ବଦା ହୋତାଙ୍କୁ ସ୍ଵତନ୍ତ୍ର ଜୂରି ପୁରସ୍କାର ମିଳିଥିଲା।
ସିନିୟର୍ ବିଭାଗରେ କରଞ୍ଜିଆର ମୋନିସା ସାହୁଙ୍କୁ ପ୍ରଥମ ପୁରସ୍କାର ମିଳିଥିବା ବେଳେ ତାଳଚେରର ଦିବ୍ୟାଙ୍ଗ ଦ୍ରିଷ୍ଟି ଦିବ୍ୟାନି ଦେହୁରୀଙ୍କୁ ସ୍ଵତନ୍ତ୍ର ଜୂରୀ ପୁରସ୍କାର ମିଳିଥିଲା। ଗୁରୁ ମିନାକ୍ଷୀ ବେହେରା, ଡା ଗଜେନ୍ଦ୍ର ପଣ୍ଡା, ସ୍ୱର୍ଣ୍ଣପ୍ରଭା ସେନାପତି ଓ ମୁଖ୍ୟ ସଂଯୋଜକ ମନୋଜ କୁମାର ବେହେରା ବିଚାରକ ଭାବେ ଯୋଗ ଦେବା ସହ ବିଜୟୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ପ୍ରଥମ ସ୍ଥାନ ପାଇଁ ତିନି ହଜାର,ଦ୍ଵିତୀୟ ସ୍ଥାନ ପାଇଁ ଦୁଇ ହଜାର ଏବଂ ତୃତୀୟ ସ୍ଥାନ ପାଇଁ ଏକ ହଜାର ଟଙ୍କା ପ୍ରଦାନ କରାଯାଇଥିଲା । କେଡ଼ିଜି ପକ୍ଷରୁ ଗୁରୁ ସୁରେଶ କୁମାର ଖୁଣ୍ଟିଆ ,ସମ୍ପାଦକ ନରୋତ୍ତମ ମହାନ୍ତି, ରୋଜିରାଣି ମହାନ୍ତି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ବହୁ ସଂଖ୍ୟାରେ ଅଭିଭାବକ ଯୋଗ ଦେଇ କାର୍ଯ୍ୟକ୍ରମକୁ ସଫଳ କରିଥିଲେ।