ରାଜ୍ୟ ଜ୍ୟସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ: ଉଲ୍ଲେଖନୀୟ ପୋଲିସ ସେବା ପାଇଁ ୩୩ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ

You are currently viewing ରାଜ୍ୟ ଜ୍ୟସ୍ତରୀୟ ପୋଲିସ ପ୍ରତିଷ୍ଠା ଦିବସ ପାଳିତ: ଉଲ୍ଲେଖନୀୟ ପୋଲିସ ସେବା ପାଇଁ ୩୩ ପୋଲିସ ଅଧିକାରୀଙ୍କୁ ଆର୍ଥିକ ପୁରସ୍କାର ରାଶି ପ୍ରଦାନ

ଅନୁଗୋଳ: ସ୍ଥାନୀୟ ରିଜର୍ଭ ପୋଲିସ ପଡିଆରେ ଓଡ଼ିଶା ପୋଲିସର ୯୧ତମ ରାଜ୍ୟସ୍ତରୀୟ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି। ଏସପି ରାହୁଲ ଜୈନଙ୍କ ଅଧକ୍ଷତାରେ ଉତ୍ତର କେନ୍ଦ୍ରାଞ୍ଚଳ ଆଇଜି ସତ୍ୟବ୍ରତ ଭୋଇ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ପରେଡ୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ପ୍ରତିଷ୍ଠା ଦିବସ ଅବସରରେ ଆଇଜି କହିଛନ୍ତି, ଜନସାଧାରଣଙ୍କୁ ସେବା ଯୋଗାଇ ଦେବା ସହ ଆଇନ ଶୃଙ୍ଖଳା ପୋଲିସ ସବୁବେଳେ ସୁଚାରୁ ରୁପେ କାର୍ଯ୍ୟ କରିଆସିଛି। ସଫଳତାର ସହ ନିଜର କର୍ତ୍ତବ୍ୟ ପାଳନ କରିଥିବାରୁ ଏସପି ଓ ପୋଲିସ ବିଭାଗକୁ ଧନ୍ୟବାଦ ଦେଇଥିଲେ। ଅନୁଗୁଳ ପୋଲିସ କ୍ରାଇମ କଣ୍ଟ୍ରୋଲ କରିବାରେ ସଫଳ ହୋଇଛନ୍ତି। କେତେ ଗୁଡ଼ିଏ ସମ୍ବେଦନଶୀଳ ଅପରାଧକୁ ଭଲ ଭାବରେ ତଦନ୍ତ କରି ଅପରାଧୀକୁ ଦୋଷୀ ସାବ୍ୟସ୍ତ କରିବାରେ ସଫଳ ହାସଲ କରିଛନ୍ତି। ଅନୁଗୁଳ ଗୋଟିଏ ଶିଳ୍ପ ସହର ହୋଇଥିବାରୁ ପୋଲିସକୁ ସବୁବେଳେ ଆଇନ ଶୃଙ୍ଖଳା ପରିସ୍ଥିତିକୁ ସାମ୍ନା କରିବାକୁ ପଡୁଛି। ଏସପି ଓ ପୋଲିସ କର୍ମଚାରୀ ବହୁତ ଭଲ ଭାବରେ ପରିସ୍ଥିତିକୁ ସୁଚାରୁ ରୂପେ ପାଳନ କରୁଛନ୍ତି। ୧୯୩୬ ଏପ୍ରିଲ ୧ରେ ଓଡ଼ିଶା ପୋଲିସ ପ୍ରତିଷ୍ଠା ହୋଇଥିଲା। ସାଇବର ଓ ଅର୍ଥନୈତିକ ଅପରାଧ ଭଳି ଅନେକ ନୂଆ ସମସ୍ୟା ପୋଲିସ ପାଇଁ ଆହ୍ୱାନ ସୃଷ୍ଟି କରୁଥିଲେ ମଧ୍ଯ ଏହାକୁ ରୋକିବାରେ ରାଜ୍ୟ ପୋଲିସ ସଫଳ ହୋଇଛି ବୋଲି ସେ କହିଥିଲେ।

ବିଭିନ୍ନ ସମୟରେ ରାଜ୍ୟରେ ଆଇନଶୃଙ୍ଖଳା ରକ୍ଷାରେ ପୋଲିସ ବାହିନୀ ଦାୟିତ୍ବର ସହ କର୍ତ୍ତବ୍ଯ ସମ୍ପାଦନ କରୁଥିବାରୁ ଆଇଜି ସାଧୁବାଦ ଜଣାଇଥିଲେ। ଦିନକୁ ଦିନ ଅର୍ଥନୀତି ଯେତିକି ବଢୁଛି ଲୋକଙ୍କ ଡିଜିଟାଲ ବ୍ୟବହାର ବଢ଼ିବାରେ ଲାଗିଛି। ସେଥିପ୍ରତି ସାଇବର ଠକ ମାନେ ନୂତନ ପଦ୍ଧତି ଆପଣାଇ ଠକିବା ପାଇଁ ପ୍ରଚେଷ୍ଟା ଚଳାଇଛନ୍ତି। ଏହାକୁ ରୋକିବା ପାଇଁ ଓଡିଶା ପୋଲିସ ହେଉ କି ଅନୁଗୁଳ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଶେଷରେ ରାଜ୍ୟପାଳ ଓ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା ବାର୍ତ୍ତାକୁ ପାଠ କରିଥିଲେ। ଏହି ଅବସରରେ ଉଲ୍ଲେଖନୀୟ ପୋଲିସ ସେବା ପାଇଁ ୩୩ ଜଣ ପୋଲିସ ଅଧିକାରୀଙ୍କୁ ଆଇଜି ଆର୍ଥିକ ପୁରସ୍କାର ପ୍ରଦାନ କରିଥିଲେ। ଅତିରିକ୍ତ ଏସପି ରାଜୀବ ଲୋଚନ ପଣ୍ଡା ଓ ଡ଼ିଏସପି ଯୋଗେଶ୍ୱରୀ ବେହେରା କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।

Share

Leave a Reply