କଣିହାଁ: କଣିହାଁ ଥାନା ଇଲାକାରେ ଅବାଧ ନିଶା କାରବାର ଥମିବାର ନାଁ ନେଉନି । କିଛି ଦିନର ବ୍ୟବଧାନ ପରେ ରବିବାର ବିପୁଳ ପରିମାଣର କଫ୍ ସିରପ ଜବତ କରାଯାଇଛି। ଅନୁଗୁଳ ପୁଲିସ୍ର ସ୍ପେଶାଲ୍ ସ୍କ୍ୱାଡ୍ ରବିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ କଣିହାଁ ଥାନାର ଦୁଇଟି ପୃଥକ ସ୍ଥାନରେ ଚଢାଉ କରିଥିଲା। ଚଢ଼ାଉ ବେଳେ ମୋଟ୍ ୮୧ ବୋତଲ କଫ୍ ସିରପ୍ ଜବତ କରିବା ସହ ଏଥିରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରାଯାଇଛି । କଣିହାଁ ବିଦ୍ୟୁତ କାର୍ଯ୍ୟାଳୟ ପାଖରେ ରହୁଥିବା ସନ୍ତୋଷ କୁମାର ମିଶ୍ର(୩୩) ଓ ସ୍ଥାନୀୟ ଟୋଲକବେଡା ହଟିଂଗ ବସ୍ତିର ସଂଜିତ୍ ସିଂହ(୨୧)ଙ୍କୁ ରଙ୍ଗେହାତ୍ ଧରିଥିଲା ସ୍ପେଶାଲ୍ ସ୍କ୍ୱାଡ୍ ।ପରେ ୨ ଅଭିଯୁକ୍ତକୁ କଣିହାଁ ପୁଲିସ୍କୁ ହସ୍ତାନ୍ତର କରାଯାଇଥିଲା । ଥାନାରେ ଅଟକ ରଖି ଦୁଇ ଅଭିଯୁକ୍ତଙ୍କୁ କଫ୍ ସିରଫ୍ କିଣାବିକା ସମ୍ପର୍କରେ ପୁଲିସ୍ ପଚରାଉଚୁରା ଜାରି ରଖିଛି ।
୮୧ ବୋତଲ କଫ ସିରପ ଜବତ, ୨ ଗିରଫ
- Post published:February 8, 2021
- Post category:ମୁଖ୍ୟ ଖବର
- Post comments:0 Comments
- Post author:Angul TV Bureau
