maa mangala vihar

ଲକ୍ଷାଧିକ ଟଙ୍କାର ପାର୍ସଲ ଧରି ଡେଲିଭରି ବୟ ଛୁ?

0

ଅନୁଗୁଳ: ବିଶ୍ବାସରେ ବିଷ ଦେଲା ଡେଲିଭରି ବୟ । ଗ୍ରାହକଙ୍କ ପାର୍ସଲ ଡେଲିଭରି କରିବ କହି ନେଇଗଲା ଲକ୍ଷାଧିକ ଟଙ୍କାର ପାର୍ସଲ । ହେଲେ ଲୋଭ ଏମିତି ଘାରିଲା ଯେ, ଗ୍ରାହକଙ୍କୁ ତାଙ୍କ ପାର୍ସଲ ଦବ କ’ଣ, ନିଜ ସଂସ୍ଥାକୁ ମଧ୍ୟ ଧରାଛୁଆଁ ଦଉନି । ତାଳଚେର ଥାନା ଇଲାକାରେ ଏହି ଘଟଣା ଘଟିଛି । ଥାନାରେ ଏତଲା ହେବା ପରେ ପୁଲିସ୍ ଖୋଳତାଡ଼ ଆରମ୍ଭ କରିଛି । ଅଭିଯୋଗ ମୁତାବକ, ତାଳଚେର ହନୁମାନ ମନ୍ଦିର ସମ୍ମୁଖରେ ଏକ ଡେଲିଭରି ହବ୍ ରହିଛି । ସେଠାରେ ଢେଙ୍କାନାଳ ଜିଲ୍ଲା ଗଁଦିଆ ଅଞ୍ଚଳର ରାକେଶ କୁମାର ପାଣିଗ୍ରାହୀ ନାମକ ଜଣେ ଯୁବକ ଡେଲିଭରି ବୟ ଭାବେ କାମ କରନ୍ତି । ଗତମାସ ୧୩ ତାରିଖ ଦିନ ସେ ଅଫିସରୁ ଗ୍ରାହକଙ୍କୁ ଡେଲିଭରି କରିବା ପାଇଁ ୨୦ଟି ପାର୍ସଲ ଆଣିଥିଲେ । ଯାହାର ମୂଲ୍ୟ ଏକ ଲକ୍ଷ ୪୫ ହଜାର ୨୫୮ ଟଙ୍କା ହେବ । ଅଫିସ୍ ବାହାରିବାର କିଛି ସମୟ ମଧ୍ୟରେ ରାକେଶ ଫୋନ୍‌କୁ ସୁଇଚ୍ ଅଫ୍ କରିଥିଲେ । ଦାମୀ ପାର୍ସଲ ମଧରୁ ସେ ଗୋଟିଏ ବି ଗ୍ରାହକଙ୍କ ପାଖରେ ପହଞ୍ଚାଇ ନଥିଲେ । ସେହି ଦିନଠୁ ସେ ଅଫିସ୍‌କୁ ଯାଉ ନଥିବା ବେଳେ ଉପରିସ୍ଥ ଅଧିକାରୀଙ୍କୁ ଧରାଛୁଆଁ ଦେଉନାହାନ୍ତି । ଏନେଇ ସଂସ୍ଥାର ଆସିଷ୍ଟାଣ୍ଟ ମ୍ୟାନେଜର ଦୀପକ କୁମାର ସାହୁ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ପୁଲିସ୍‌ ଏ ସଂକ୍ରାନ୍ତରେ ମାମଲା ରୁଜୁ କରି ତଦନ୍ତ ଚଳାଇଛି।

Leave A Reply

Your email address will not be published.