maa mangala vihar

ଘର ସାମ୍ନାରୁ ବାଇକ୍ ଚୋରି

0

ତାଳଚେର: କୋଲିୟରୀ ଥାନା ଇଲାକାରେ ଉଦ୍‌ବେଗଜନକ ଭାବେ ବଢ଼ି ଚାଲିଛି ବାଇକ୍ ଚୋରି । ଗତ ବୁଧବାର ସନ୍ଧ୍ୟାରେ ବଲଣ୍ଡା କଲୋନୀର ଏକ ଘର ସାମ୍ନାରୁ ବାଇକ୍‌ ଚୋରି ହୋଇଛି । ଗାଡ଼ି ମାଲିକ କୁମୁଦ ବେହେରା ଏନେଇ ଶନିବାର ଦିନ ଥାନାରେ ଏତଲା ଦେବା ପରେ ପୁଲିସ୍ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ସୂଚନା ମୁତାବକ, କୁମୁଦଙ୍କ ଘର ଅନୁଗୁଳ ଥାନାର କୁକୁଡାଙ୍ଗ ଗ୍ରାମରେ । ତାଙ୍କ ବଡ଼ ଭଉଣୀଙ୍କ ଦେହ ଅସୁସ୍ଥ ଥିବାରୁ କୁମୁଦ ଗତ ବୁଧବାର ସନ୍ଧ୍ୟାରେ ତାଙ୍କୁ ଦେଖା କରି ବାକୁ ବଲଣ୍ଡା କଲୋନୀକୁ ଯାଇଥିଲେ । ବାଇକ ଘର ସାମ୍ନାରେ ଛିଡ଼ା କରିଥିଲେ । ମାତ୍ର ସନ୍ଧ୍ୟା ପ୍ରାୟ ସାଢ଼େ ୬ଟା ବେଳେ କେହି ଦୁର୍ବୃତ୍ତ ତାଙ୍କ ବାଇକ୍‌କୁ ଧରି ଚମ୍ପଟ ମାରିଥିଲା । ଦୁର୍ବୃତ୍ତ ବାଇକ୍‌ର କିଛି ଅଂଶ ଭାଙ୍ଗି ଚୋରି କରିଥିବା ପାଖରେ ଥିବା ଏକ ସିସିଟିଭିରେ କଏଦ ହୋଇଛି । ବହୁ ଖୋଜାଖୋଜି କରି ନିରାଶ ହେବା ପରେ ସେ ଏନେଇ କୋଲିୟରୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.