CADLAB

ସରପଞ୍ଚ ଉପନିର୍ବାଚନ: ପ୍ରଚାରରେ କମ୍ପୁଛି ଛେଳିଆପଡ଼ା

ପ୍ରାର୍ଥୀଙ୍କ ପୋଷ୍ଟର ପୋଡ଼ିଦେଲେ ଦୁର୍ବୃତ୍ତ

0

ଅନୁଗୁଳ: ଆସନ୍ତା ୧୧ ତାରିଖରେ ଛେଳିଆପଡ଼ା ସରପଞ୍ଚ ଉପନିର୍ବାଚନ । ସରପଞ୍ଚ ପଦବି ପାଇଁ ତିନି ପ୍ରମୁଖ ଦଳ ବିଜେଡି, ବିଜେପି ଓ କଂଗ୍ରେସ ସମର୍ଥିତ ପ୍ରାର୍ଥୀଙ୍କ ମଧ୍ୟରେ ହେଉଛି କଡା ଟକ୍କର । ଛେଳିଆପଡ଼ା ସରପଞ୍ଚ ପଦବି ପାଇଁ ବିଜେଡି ଜ୍ୟୋତ୍ସ୍ନାମୟୀ ନାଏକଙ୍କୁ ପ୍ରାର୍ଥୀ କରିଛି । ସେହିପରି ବିଜେପି ଝରଣା ମହାଳିକଙ୍କୁ ନିର୍ବାଚନ ରଣାଙ୍ଗନକୁ ଓହ୍ଲାଇଥିବା ବେଳେ କଂଗ୍ରେସ ସମର୍ଥନରେ ସୁମିତ୍ରା ଗୋଛାୟତ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ହାତରେ ଆଉ ଦିନ ଦୁଇଟା ଥିବାରୁ ୩ ପ୍ରମୁଖ ଦଳ ଜୋରଦାର ପ୍ରଚାର ଚଳାଇଛନ୍ତି। ଛାମୁଆଁ ନେତା ମାନେ ବୈଠକ କରି ଭୋଟରଙ୍କୁ ମନାଉଛନ୍ତି । ସେପଟେ ଉଭୟ ବିଜେପି ଓ କଂଗ୍ରେସ ପ୍ରାର୍ଥୀଙ୍କ ପୋଷ୍ଟରଙ୍କୁ ଗତକାଲି ରାତିରେ କେହି ଦୁର୍ବୃତ୍ତ ପୋଡି ଦେଇଥିବା ଜଣାପଡ଼ିଛି । ଏହାକୁ ନେଇ ଛେଳିଆପଡ଼ା ରାଜନୀତି ସରଗରମ ହୋଇଛି। ଆଜି ସନ୍ଧ୍ୟାରୁ ରାଜନୈତିକ ଦଳ ଗୁଡ଼ିକର ପ୍ରଚାର, ଶୋଭାଯାତ୍ରା ବନ୍ଦ । ନିର୍ବାଚନ ପୂର୍ବ ୨ ରାତି ଦଳୀୟ ନେତା ଓ କର୍ମୀଙ୍କ ପାଇଁ ବେଶ ଗୁରୁତ୍ଵପୂର୍ଣ୍ଣ । ଏଥିପାଇଁ ଅନ୍ଧାରି ବିଜେ କରି ଭୋଟ୍ ହାତେଇବାକୁ ନେତାମାନେ ଉଦ୍ୟମ କରିବେ। ଛେଳିଆପଡ଼ା, ନୂଆଗାଁ ଓ ଅମାନ୍ତପୁରର ମୋଟ ୧୧ଟି ୱାର୍ଡକୁ ନେଇ ଗଠିତ ଛେଳିଆପଡ଼ା ପଞ୍ଚାୟତରେ ମୋଟ୍ ୩୨୩୭ ଭୋଟର ରହିଛନ୍ତି । ଏଥିର ଯୁବ ଭୋଟର ନିର୍ଣ୍ଣାୟକ ଭୂମିକା ଗ୍ରହଣ କରିବେ ।

Leave A Reply

Your email address will not be published.