ବଇଣ୍ଡା: ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ଓ ବଇଣ୍ଡା ଅବକାରୀ ବିଭାଗ ପକ୍ଷରୁ ମଙ୍ଗଳବାର ଦିନ ଠାକୁରଗଡ଼,ହଣ୍ଡପା, କିଶୋରନଗର ଥାନା ଅଞ୍ଚଳରେ ଚଢ଼ାଉ କରି ବ୍ୟାପକ ଚୋରl ମଦ ଜବତ କରାଯାଇଛି। ଏଥିସହ ୭ ଜଣଙ୍କୁ ଗିରଫ କରାଯାଇଛି। ଠାକୁରଗଡ଼ ଥାନା କରଡ଼ାବାହାଳୀ ଗ୍ରାମରେ ଚଢ଼ାଉ କରି ଭାସ୍କର ସାହୁଙ୍କ ଘରୁ ୧୮ ଲିଟର,ପାଇକସାହି ଗାଁର ଛବିନ୍ଦ୍ର ପ୍ରଧାନଙ୍କର ୩୦ ଲିଟର, କିଶୋରନଗର ଥାନା କୁସୁଣୀ ଗ୍ରାମର ପଦ୍ମl ବତି ବେହେରାଙ୍କ ଘରୁ ୧୬ ଲିଟର, ଅଙ୍ଗପଡା ଗାଁର କୁନା ମିର୍ଧାଙ୍କ ଘରୁ ୨୦ ଲିଟର, କଦଳୀମୁଣ୍ଡା ଗାଁର ପଞ୍ଚାଳୀ ପ୍ରଧାନଙ୍କ ଘରୁ ୨୦ ଲିଟର, ନୁଆଁ ସୁସବ ଗାଁର ରଶ୍ମିତା ପ୍ରଧାନ lଙ୍କ ଘରୁ ୧୫ ଲିଟର, ହଣ୍ଡପା ଥାନା କଣ୍ଢlଳ ଗାଁର କୁନ୍ତଳା ପ୍ରଧାନଙ୍କ ଘରୁ ୨୨ ଲିଟର ଚୋରା ଦେଶୀ ମହୁଲି ମଦ ଜବତ କରା ଯିବା ଶହ ଏମlନ ଙ୍କୁ ଗିରଫ କରାଯାଇଛି। ଆଠମଲ୍ଲିକ ଅବକାରୀ ନିରୀକ୍ଷକ ପବିତ୍ର ମୋହନ ମାଝୀଙ୍କ ନେତୃତ୍ୱରେ ଏହି ଚଢ଼ାଉ ହୋଇଥିଲା ।
ଅବକାରୀ ଚଢ଼ାଉ, ୭ ଗିରଫ
- Post published:July 31, 2024
- Post category:ଘଟଣା ଓ ଦୁର୍ଘଟଣା
- Post comments:0 Comments
- Post author:Angul TV Bureau
