୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

You are currently viewing ୧୭ ବର୍ଷରୁ କମ ରାଜ୍ୟସ୍ତରୀୟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଅନୁଗୁଳ: ସ୍ଥାନୀୟ କଦମ ପଡ଼ିଆ ଠାରେ ୧୭ ବର୍ଷରୁ କମ ବାଳକ ଓ ବାଳିକା ବିଭାଗର କ୍ରିକେଟ ଟୁର୍ଣ୍ଣାମଣ୍ଟ ଶୁକ୍ରବାର ଉଦଘାଟିତ ହୋଇଯାଇଛି।ଅନୁଗୁଳ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ୱାଇଁ ଏହି ଟୁର୍ଣ୍ଣାମେଣ୍ଟକୁ ଉଦଘାଟନ କରି ଭାରତରେ କ୍ରିକେଟର ଲୋକପ୍ରିୟତା ଏବଂ ପିଲାମାନେ ଖେଳରେ ସଦ୍ଭାବନାର ସହ ଖେଳିବାକୁ ପରାମର୍ଶ ଦେଇଥିଲେ । ସମ୍ମାନିତ ଅତିଥି ଭାବେ ଜିଲ୍କା ଶିକ୍ଷା ଅଧିକାରୀ ନିରଞ୍ଜନ ସାହୁ, ଅତିରିକ୍ତ ଶାରୀରିକ କ୍ରୀଡା ନିର୍ଦେଶକ କୈଳାଶ ପ୍ରଧାନ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଅକ୍ଷୟ କୁମାର ସିଠ, ଅନୁଗୁଳ ଆଇପିଇ ପ୍ରଶାନ୍ତ ସିହ୍ନା ପ୍ରମୁଖ ଯୋଗ ଦେଇଥିଲେ। ଟୁର୍ଣ୍ଣାମେଣ୍ଟରେ ୨୯ଟି ଜିଲ୍ଲାର ଖେଳାଳି ଓ ଅଫିସିଆଲ ମାନେ ଅଂଶଗ୍ରହଣ କରୁଛନ୍ତି।ସମାରୋହରେ ନୃତ୍ୟ ନିଳୟ ଓ ଅନୁଗୁଳ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ। ମୋଟ ୬ଟି ପଡ଼ିଆରେ ଆସନ୍ତା ୧୧ ତାରିଖରୁ ଖେଳ ଆରମ୍ଭ ହେବ ।

Share

Leave a Reply