ତାଳଚେରରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା, କ୍ରୀଡ଼ାବିତଙ୍କୁ ମୋଦି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା

You are currently viewing ତାଳଚେରରେ ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା, କ୍ରୀଡ଼ାବିତଙ୍କୁ ମୋଦି ସରକାରଙ୍କ ପ୍ରୋତ୍ସାହନକୁ ପ୍ରଶଂସା

ତାଳଚେର : ତାଳଚେର ଭରତପୁର ଠାରେ ବୁଧବାର ରାଜ୍ୟସ୍ତରୀୟ ଉଷୁ ଚୟନ ପ୍ରତିଯୋଗିତା ଆୟୋଜିତ ହୋଇଛି। ଓଡ଼ିଶାର ୩୦ ଜିଲ୍ଲାରୁ ଜିଲ୍ଲାସ୍ତରରେ ଚୟନିତ ହୋଇଥିବା ୧୦୭ ଜଣ ମହିଳା ଓ ପୁରୁଷ ବର୍ଗର ପ୍ରତିଯୋଗୀ ଏଥିରେ ଭାଗ ନେଇଥିଲେ।

କାର୍ଯ୍ୟକ୍ରମକୁ ଜାତୀୟ କ୍ଷୁଦ୍ର ଶିଳ୍ପ ନିଗମର ଡାଇରେକ୍ଟର କାଳନ୍ଦୀ ସାମଲ ଉଦଘାଟନ କରି ମୋଦି ସରକାର ଖେଲ ଇଣ୍ଡିଆ ମାଧ୍ୟମରେରେ କ୍ରୀଡ଼ାବିତଙ୍କୁ ପ୍ରୋତ୍ସାହିତ କରୁଛନ୍ତି ବୋଲି କହିଥିଲେ। ଲୁକ୍କାୟିତ କ୍ରୀଡା ପ୍ରତିଭାଙ୍କୁ ଆଗକୁ ଆଣିବା ଦିଗରେ ଉଷୁ ଆସୋସିଏସନ କାର୍ଯ୍ୟ କରିବାକୁ ସେ ପରାମର୍ଶ ଦେଇଥିଲେ।

ତାଳଚେରରେ କାର୍ଯ୍ୟକ୍ରମ ହେବ ବୋଲି ଅନୁଗୁଳ ଜିଲ୍ଲା ଉଷୁ ଆସୋସିଏସନ ପକ୍ଷରୁ ଜିଲ୍ଲା ସଭାପତି ପର୍ଶୁରାମ ବାରିକ ସୂଚନା ଦେଇଛନ୍ତି। ଏଠାରୁ ଚୟନିତ ହେବା ପରେ ଖେଳାଳିମାନେ ଆସନ୍ତା ମାସରେ ମହାରାଷ୍ଟ୍ର ପୁନେ ଠାରେ ଆୟୋଜିତ ୩୨ ତମ ଜାତୀୟ ବରିଷ୍ଠ ଉଷୁ ଚମ୍ପିୟାନସିପରେ ଭାଗ ନେବେ।

ଉଷୁ ଆସୋସିଏସନର ରାଜ୍ୟ ସଭାପତି ଇଁ ଏସ ଏସ ହରିଚନ୍ଦନଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସାଧାରଣ ସମ୍ପାଦକ ପ୍ରଦ୍ୟୁମ୍ନ ବେହେରା, ସଭାପତି ପର୍ଶୁରାମ ବାରିକ, ସମ୍ପାଦକ ସୁଶାନ୍ତ କୁମାର ନାଏକ, ସଭାପତି ବାସୁଦେବ ସାହୁ, ଜାତୀୟ ଜଜ ପୃଥ୍ୱୀରାଜ ହରିଚନ୍ଦନ, ପଙ୍କଜ ମହନ୍ତ, ନବୀନ ସିଂହ, ସୁଜନ କୁମାର ରଥ, ଅନୁରାଧା ଡୋରା ପ୍ରମୁଖ ଯୋଗ ଦେଇଥିଲେ।

Share

Leave a Reply