ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

You are currently viewing ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ଅନୁଗୁଳ: ଅନୁଗୁଳ ଜିଲ୍ଲା ବନ୍ତଳା ଡିଗ୍ରୀ କଲେଜର ପ୍ରତିଷ୍ଠାତା, ପୂର୍ବତନ ଅଧ୍ୟକ୍ଷ, ସମାଜସେବୀ ତଥା ଶିକ୍ଷାବିତ୍ ବଂଶୀଧର ପ୍ରଧାନଙ୍କ ପ୍ରତିମୂର୍ତ୍ତି ବନ୍ତଳା ଡିଗ୍ରୀ କଲେଜ ପରିସରରେ ସୋମବାର ଉନ୍ମୋଚିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପଦ୍ମଶ୍ରୀ ତୁଳଶୀ ମୁଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ସ୍ଵର୍ଗତ ପ୍ରଧାନଙ୍କର ପ୍ରତିମୂର୍ତ୍ତି ଉନ୍ମୋଚନ କରିଥିଲେ। ଏହି ଉପଲକ୍ଷେ ଆୟୋଜିତ ସଭାରେ ମୁଖ୍ୟବକ୍ତା ଭାବେ ଡ. ଧରଣୀଧର ନାଥ, ସମ୍ମାନିତ ଅତିଥ୍‌ ଭାବେ ଯୁକ୍ତ୨ କଲେଜ ଅଧ୍ୟକ୍ଷ ଅଜୟ କୁମାର ସାହୁ, ଡିଗ୍ରୀ ମହାବିଦ୍ୟାଳୟ ଅଧ୍ୟକ୍ଷ ରସାନନ୍ଦ ମହାପାତ୍ର, ସ୍ମୃତି କମିଟି ସଦସ୍ୟ ପଣ୍ଡିତ ମହେଶ ସାହୁ, ପୁରାତନ ଛାତ୍ର ଦୁର୍ଗାଚରଣ ପ୍ରଧାନ, ଦିନେଶ ଦେହୁରୀ ପ୍ରମୁଖ ଉପସ୍ଥିତ ରହି ସ୍ଵର୍ଗତ ପ୍ରଧାନଙ୍କ ସ୍ମୃତିଚାରଣ କରିଥିଲେ। ଓଡ଼ିଆ ଅଧ୍ୟାପକ ଶରତ ଚନ୍ଦ୍ର ଦେହୁରୀ, ଗଣିତ ଅଧ୍ୟାପକ ପଦ୍ମଚରଣ ସାହୁ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ।

Share

Leave a Reply