ଚା’ ଦୋକାନରୁ ଚୋରି

You are currently viewing ଚା’ ଦୋକାନରୁ ଚୋରି

ଅନୁଗୁଳ: ଗୁରୁବାର ବିଳମ୍ବିତ ରାତିରେ ବସଷ୍ଟାଣ୍ଡ ନିକଟରେ ଥିବା ଏକ ଚା’ ଦୋକାନରୁ ଚୋରି ହୋଇଛି । ଦୁର୍ବୃତ୍ତ ଦୋକାନରୁ ଗ୍ୟାସ୍, ପାନ ମସଲା ଓ ଏକ ହଜାରରୁ ଊର୍ଦ୍ଧ୍ବ ଟଙ୍କା ଚୋରି କରି ଚମ୍ପଟ୍ ମାରିଛନ୍ତି। ଏ ନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ୍ ଛାନ୍‌ଭିନ୍ ଚଳାଇଛି । ପ୍ରାପ୍ତ ସୂଚନା ମୁତାବକ, ଅନୁଗୁଳ ବ୍ଳକ ବଲାସିଂହା ଗ୍ରାମର ରଞ୍ଜନ ବିଶ୍ୱାଳଙ୍କ ଏକ ଚା’ ଦୋକାନ ବସଷ୍ଟାଣ୍ଡ ନିକଟରେ ରହିଛି। ସେ ଓ ତାଙ୍କ ଭାଇ ଉକ୍ତ ଦୋକାନ ଚଳାଇ ପରିବାର ପ୍ରତିପୋଷଣ କରନ୍ତି। ଗୁରୁବାର ସନ୍ଧ୍ୟାରେ ରଞ୍ଜନ ଦୋକାନ ତାଲା ପକାଇ ଘରକୁ ଯାଇଥିଲେ । ମାତ୍ର ଶୁକ୍ରବାର ଭୋର୍‌ରୁ ଆସି ଦେଖିଲା ବେଳକୁ ଦୋକାନର ତାଲା ଭଙ୍ଗା ଯିବା ସହ ଦୋକାନର ଜିନିଷ ପତ୍ର ଏଣେତେଣେ ପଡ଼ିଥିଲା । ଦୁର୍ବୃତ୍ତମାନେ ଗ୍ୟାସ୍ ଟାଙ୍କି ୨ଟି, ଖୁଚୁରା ଟଙ୍କା, ପାନ ମସଲା ସହ ରୋଷେଇ ସାମଗ୍ରୀ ଚୋରି କରିନେଇଥିବା ଜାଣିବାକୁ ପାଇଥିଲେ । ପରେ ସେ ଏନେଇ ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ କରିବା ପରେ ପୁଲିସ୍ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ ଜାରି ରଖିଛି।

Share

Leave a Reply