ଅନୁଗୁଳ: ରାଜ୍ୟ ସରକାର ନିକଟରେ ସବୁ ପୌରାଞ୍ଚଳରେ ରାତ୍ରି ରହଣିସ୍ଥଳକୁ ସମ୍ପୂର୍ଣ୍ଣ କରିବା ସହ ଜଣେ ହେଲେ ବି ଯାଯାବର ବା ବାସହୀନ ଲୋକ ଯେଭଳି ଖୋଲା ଆକାଶ ତଳେ ନ ଶୋଇବେ ସେଥିନେଇ ଗାଇଡ୍ଲାଇନ୍ ପ୍ରଦାନ କରିଛନ୍ତି। ବର୍ତ୍ତମାନ ରାଜ୍ୟରେ ଶୀତର ପ୍ରକୋପ ବଢ଼ୁଥିବାରୁ ବାସହୀନ ଲୋକ ଏବ˚ ଅନ୍ୟ ଜିଲ୍ଲାରୁ ସହରକୁ ଛୋଟ ଛୋଟ ଶିଳ୍ପ ସାମଗ୍ରୀ ବିକିବାକୁ ଆସୁଥିବା ବ୍ୟବସାୟୀ ରାତିରେ ବିଭିନ୍ନ ଦୋକାନ ବାରଣ୍ତାରେ ଶୋଉଥିବା ଦେଖାଯାଉଛି। ଅନୁଗୁଳ ସହରରେ ମଧ୍ଯ ଏଭଳି ଦୃଶ୍ୟ ନୂଆ ନୁହେଁ। ଷ୍ଟେଟ୍ ଅର୍ବାନ୍ ଡେଭଲପ୍ମେଣ୍ଟ ଏଜେନ୍ସୀ ବା ସୁଡା ଏହି ଦାୟିତ୍ବ ନେଇ ସରକାରଙ୍କୁ ଖୁବ୍ ଶୀଘ୍ର ରିପୋର୍ଟ ଦେବେ। ସେହିଭଳି ଛୋଟଛୋଟ ଯାଯାବର ଶିଶୁମାନେ ପ୍ରଚଣ୍ତ ଶୀତରେ ଷ୍ଟାଡିୟମ୍ ବାରଣ୍ତାରେ ଯେଭଳି ରାତ୍ରି ଯାପନ କରୁଛନ୍ତି ତାହା ପୀଡ଼ାଦାୟକ। ଅନେକ ବଦାନ୍ୟ ବ୍ୟକ୍ତି ଅବଶ୍ୟ ନିକଟରେ ଏାମନଙ୍କ ମଧ୍ୟରୁ କେତେକଙ୍କୁ କମ୍ବଳ ବାଣ୍ଟିଛନ୍ତି। ହେଲେ ଅନୁଗୁଳରେ ରାତ୍ରି ରହଣି ସ୍ଥଳକୁ ଯୁଦ୍ଧକାଳୀନ ଭିତ୍ତିରେ ନିର୍ମାଣ କରିବାର ଆବଶ୍ୟକତା ଦେଖାଦେଇଛି। ଜିଲ୍ଲାପାଳ ଏଥିପ୍ରତି ଦୃଷ୍ଟି ଦେବାକୁ ଦାବି ହେଉଛି।
ଏଯାଏଁ ନିର୍ମାଣ ହେଲାନି ରାତ୍ରି ରହଣି ସ୍ଥଳ
- Post published:December 24, 2020
- Post category:ମୁଖ୍ୟ ଖବର
- Post comments:0 Comments
- Post author:Biswaranjan Pattnaik

Tags: Angul