ଜୀବିକା ବିପନ୍ନ କରିଛି ବନ ବିଭଗର କଟକଣା

ସାତକୋଶିଆ ମତ୍ସ୍ୟଜୀବୀ ସ˚ଘର ଆମରଣ ଅନଶନ

0

ଅନୁଗୁଳ: ମହାନଦୀର ସାତକୋଶିଆ ଗଣ୍ତ ଅଞ୍ଚଳରେ ମାଛ ଧରି ଜୀବିକା ନିର୍ବାହ କରୁଥିବା ଶତାଧିକ ପରିବାର ବନ ବିଭାଗର କଟକଣା ଦ୍ଵାରା ପ୍ରଭାବିତ ହୋଇଛନ୍ତି। ଆସନ୍ତା ସପ୍ତାହ ମଧ୍ୟରେ ମହାନଦୀରୁ ମାଛ ମାରିବା ନେଇ ଏ କଟକଣା ପ୍ରତ୍ୟାହାର ନହେଲେ ସ˚ଘର ସଦସ୍ୟମାନେ ସପରିବାର ସାତକୋଶିଆ ବନ୍ୟପ୍ରାଣୀ ବନଖଣ୍ତ ଅଧିକାରୀଙ୍କ କାର୍ଯ୍ୟାଳୟ ଆଗରେ ଅନଶନ କରିବେ ବୋଲି ଲିଖିତ ଭାବେ ଜଣାଇଛନ୍ତି।
ପ୍ରକାଶଯୋଗ୍ୟ, ଟିକରପଡ଼ା ପଞ୍ଚାୟତର ଶତାଧିକ ପରିବାର ବର୍ଷ ବର୍ଷ ଧରି ମହାନଦୀରେ ମାଛ ମାରି ଜୀବିକା ନିର୍ବାହ କରିଥାନ୍ତି। କିନ୍ତୁ ଗଣ୍ତ ଅଞ୍ଚଳରେ କୁମ୍ଭୀର ସୁରକ୍ଷା ପାଇଁ ବନ ବିଭାଗ ଜାଲ ଟଣା ଉପରେ କଟକଣା ଲଗାଇବାରୁ ମତ୍ସ୍ୟଜୀବୀମାନେ ଶେଷରେ ଡଙ୍ଗା ସାହାଯ୍ୟରେ ମାଛ ମାରୁଥିଲେ। କିନ୍ତୁ କୁମ୍ଭୀର ସ˚ରକ୍ଷଣ ବା ସୁରକ୍ଷା ନାଁରେ ବନ ବିଭାଗ ମହାନଦୀରେ ମାଛ ମାରିବାକୁ ସମ୍ପୂର୍ଣ୍ଣ ନିଷେଧ କରିବା ଫଳରେ ଶହଶହ ମତ୍ସ୍ୟଜୀବୀ ପରିବାର ଦୁର୍ଦ୍ଦିନ ମଧ୍ୟରେ ରହିଛନ୍ତି। ଏଣୁ ମତ୍ସ୍ୟଜୀବୀମାନେ ଅନ୍ୟ ଉପାୟ ନ ଦେଖି କଟକଣା ନ ହଟିଲେ ଆମରଣ ଅନଶନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଏହି ମର୍ମରେ ବନଖଣ୍ତ ଅଧିକାରୀଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି। ସ˚ଘର ଉପସଭାପତି ରବୀନ୍ଦ୍ର ବାରିକ, ସ˚ପାଦକ ଜ୍ଞାନର˚ଜନ ସାହୁ ଏବ˚ କୋଷାଧ୍ୟକ୍ଷ ଅରୁଣ ବେହେରା ପ୍ରମୁଖ ସ୍ମାରକପତ୍ର ପ୍ରଦାନ କରିଥିଲେ।

Leave A Reply

Your email address will not be published.

error: Content is protected !!