ଚୋରା କାଠ ଜବତ ଓ ଲିଟର ଚୋରା ଡିଜେଲ ଜବତ, ଜଣେ ଗିରଫ

You are currently viewing ଚୋରା କାଠ ଜବତ ଓ ଲିଟର ଚୋରା ଡିଜେଲ ଜବତ, ଜଣେ ଗିରଫ

ଅନୁଗୁଳ: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଅନ୍ତର୍ଗତ ସମଲ ବାଇପାସ ରୋଡ଼ ନିକଟ ଏକ କ୍ୟାମ୍ପରେ ଶୁକ୍ରବାର ଅପରାହ୍ନରେ ତାଳଚେର ଏସଡିପିଓଙ୍କ ନେତୃତ୍ୱରେ ପୋଲିସ ଚଢ଼ାଉ କରି ୧୭୬୦ ଲିଟର ଡିଜେଲ, ସାଗୁଆନ କାଠ ଓ ଚାରୋଟି ଚାରିଚକିଆ ଯାନ ଜବତ କରିଛି।

ଏହି ଘଟଣାରେ ଦୁଷ୍ମନ୍ତ ବେହେରା (୨୯) ନାମକ ଜଣେ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ବେଳେ ଅନ୍ୟତମ ଅଭିଯୁକ୍ତ ଅଭୟ କୁମାର ସାହୁ ଓରଫ ସଞ୍ଜୁ ଫେରାର ହୋଇଛନ୍ତି। ଦୀର୍ଘ ଦିନ ହେବ ଏହି ସ୍ଥାନରେ ଚୋରା ଡିଜେଲ କାରବାର ଚାଲିଥିବା ସୂଚନା ମିଳିଥିଲା।

ଏସଡିପିଓଙ୍କ ଏହି ଅତର୍କିତ ଚଢ଼ାଉ ପରେ ସ୍ଥାନୀୟ ପୋଲିସର ଭୂମିକା ସନ୍ଦେହ ଘେରକୁ ଆସିଛି। ସମଲ ଥାନା ଆଇଆଇସି ଅରୁଣ କୁମାର ଖିଲାର କହିଛନ୍ତି ଯେ, ଜବତ ସାମଗ୍ରୀ ଓ ଗିରଫ ଅଭିଯୁକ୍ତଙ୍କ ସମ୍ପର୍କରେ ଅଧିକ ତଦନ୍ତ ଜାରି ରହିଛି।

Share

Leave a Reply