୨୩ ଜୁଲାଇ ୧୯୯୯, ସୀମାରୁ ଆସିଲା କାରଗିଲ ଯୋଦ୍ଧାଙ୍କ ଶେଷ ଚିଠି

0

ଅନୁଗୁଳ: ୨୧ ଜୁଲାଇ ୧୯୯୯ ଦିନ ସୀମାରେ ଥାଇ ଘରକୁ ଚିଠି ଲେଖିଥିଲେ ଭଦ୍ରକ ଜିଲ୍ଲା ଚାନ୍ଦବାଲି ନିକଟବର୍ତ୍ତୀ ବାଙ୍କୁରା ଗାଁର ପାରାଶୁଟ ରେଜିମେଣ୍ଟର ଯବାନ ନିରଞ୍ଜନ ବେହେରା। ଚିଠିରେ ପତ୍ନୀ ସନ୍ଧ୍ୟାରାଣୀଙ୍କ ଉଦ୍ଦେଶ୍ୟରେ ଲେଖିଥିଲେ “ମୁଁ ଏଠି ଭଲରେ ଅଛି,ଅଗଷ୍ଟ ମାସରେ ଘରକୁ ଯିବି। ଦେଶ ପାଇଁ କାମ କରୁଥିବାରୁ ଗର୍ବ ଅନୁଭବ କରୁଛି।ପରିବାର କଥା ଠିକ୍‌ରେ ବୁଝୁଥିବୁ”।

କିନ୍ତୁ କିଏ ଜାଣି ଥିଲା ୨୩ ଜୁଲାଇରେ ଯେଉଁ ଖବର ଆସି ବାଙ୍କୁରା ଗାଁରେ ପହଞ୍ଚିଲା ତାହା ପୋଛିଦେଇଥିଲା ସନ୍ଧ୍ୟାରାଣୀଙ୍କ ମଥାର ସିନ୍ଦୂର। ଘରକୁ ଚିଠି ଲେଖି ସାରିବା ପରେ ନିରଞ୍ଜନଙ୍କୁ ଆସିଥିଲା କାରଗିଲ ଯୁଦ୍ଧର
ଡାକରା। ଆଉ ନିରଞ୍ଜନ ସେଇ ଯୁଦ୍ଧରେ ଅନ୍ୟ ସାଥୀ ମାନଙ୍କ ସହ ହୋଇଯାଇଥିଲେ ସହିଦ। ତା’ ପରେ ନିରଞ୍ଜନଙ୍କ ପାର୍ଥିବ ଶରୀର ଗାଁରେ ପହଞ୍ଚିବା ପରେ ଜିଲ୍ଲା ପ୍ରଶାସନ ଓ ଗାଁ ବାସୀଙ୍କ ପକ୍ଷରୁ ନିରଞ୍ଜନଙ୍କୁ ଦିଆ ଯାଇଥିଲା ଅଭୂତପୂର୍ବ ଶ୍ରଦ୍ଧାଞ୍ଜଳି।

Leave A Reply

Your email address will not be published.

error: Content is protected !!