କୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

You are currently viewing କୋଶଳାରେ କୋଇଲା ପରିବହନକୁ ତୀବ୍ର ବିରୋଧ: ଫେରିଗଲା ୩୮ଟି ଟ୍ରକ

ଅନୁଗୁଳ: ଅନୁଗୁଳ ଜିଲ୍ଲା ଛେଣ୍ଡିପଦା-କୋଶଳା ୬୩ ନମ୍ବର ରାଜ୍ୟ ରାଜପଥରେ ସିଂଘେରାଣୀ (ନୟନୀ) କୋଇଲା ଖଣିରୁ ପରିବହନକୁ ଗ୍ରାମବାସୀ ତୀବ୍ର ବିରୋଧ କରିଛନ୍ତି। ସ୍ୱତନ୍ତ୍ର କୋଇଲା ପରିବହନ ରାସ୍ତା ଦାବିରେ ଗ୍ରାମବାସୀମାନେ ସାରା ରାତି ଉଜାଗର ରହି ରାସ୍ତା ଜଗିବାରୁ ପ୍ରାୟ ୩୮ଟି କୋଇଲା ବୋଝେଇ ଟ୍ରକ ଅଧା ବାଟରୁ ଫେରିଯାଇଛି।

ଗ୍ରାମ ମଧ୍ୟ ଦେଇ କୋଇଲା ପରିବହନ କରାଇ ନଦେବାକୁ ଅଧୁଷ୍ଠାତ୍ରୀ ଦେବୀଙ୍କ ନିକଟରେ ଶପଥ କରିଥିବା ଗ୍ରାମବାସୀଙ୍କ ଜିଦ୍ ଆଗରେ ପରିବହନ ବାଧାପ୍ରାପ୍ତ ହୋଇଛି। ଫଳରେ ଟ୍ରକ ମାଲିକ ସଂଘ ଚିନ୍ତାରେ ପଡ଼ିଥିବା ବେଳେ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି। ବିଭିନ୍ନ ଗ୍ରାମରେ ଲୋକେ ପାଳି କରି ରାସ୍ତା ଜଗିଥିବା ବେଳେ ପ୍ରଶାସନର ପରବର୍ତ୍ତୀ ପଦକ୍ଷେପକୁ ସମସ୍ତଙ୍କ ଅପେକ୍ଷା।

Share

Leave a Reply