ସେବା କାର୍ଯ୍ୟ ନିମନ୍ତେ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ, ରଥ ଚକ ପାଖରୁ ଜଣେ ମହିଳାଙ୍କୁ କରିଥିଲେ ଉଦ୍ଧାର

You are currently viewing ସେବା କାର୍ଯ୍ୟ ନିମନ୍ତେ ଛାତ୍ର ବିଶ୍ୱଜିତ ମହାନ୍ତି ସମ୍ବର୍ଦ୍ଧିତ, ରଥ ଚକ ପାଖରୁ ଜଣେ ମହିଳାଙ୍କୁ କରିଥିଲେ ଉଦ୍ଧାର

ତାଳଚେର: ଆଜି କାରଗିଲ ବିଜୟ ଦିବସ ପାଳନ ଅବସରରେ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଉପଜିଲ୍ଲାପାଳ ମନୋଜ କୁମାର ତ୍ରିପାଠୀ ତାଳଚେର ଥର୍ମାଲ ଡିଏଭି ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷର ଛାତ୍ର ବିଶ୍ୱଜିତ ମହାନ୍ତିଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି।

ସୂଚନା ମୁତାବକ, ବିଶ୍ୱଜିତ ତାଳଚେରସ୍ଥିତ ଶାରୀରିକ ପ୍ରଶିକ୍ଷଣ ଅନୁଷ୍ଠାନ ଦ୍ରୋଣାଚାର୍ଯ୍ୟ ଫିଜିକାଲ ଏକାଡେମୀର ତାଲିମ ପ୍ରାପ୍ତ ଛାତ୍ର। ସେ ତାଳଚେର ରଥ ଯାତ୍ରା ସମୟରେ ରଥ ଚକ ପାଖରୁ ଜଣେ ମହିଳାଙ୍କୁ ଉଦ୍ଧାର କରିଥିଲେ। ଏଣୁ ଆଜି ଉପଜିଲ୍ଲାପାଳ ତାଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି। ବିଶ୍ୱଜିତଙ୍କ ଏଭଳି ସେବା କାର୍ଯ୍ୟକୁ ରଥଯାତ୍ରା କମିଟି ଏବଂ ପୋଲିସ ବିଭାଗ, ତାଳଚେର ଥାନା ଆଇଆଇସି ଏବଂ ଏସଡିପିଓ ଉଚ୍ଚ ପ୍ରଶଂସା କରିବା ସହ ଧନ୍ୟବାଦ ଅର୍ପଣ କରିଛନ୍ତି।

Share

Leave a Reply