ଡାଏଟରେ ଛାତ୍ର କ୍ୟାବିନେଟ୍ ଗଠିତ: ଦାୟିତ୍ୱ, ଉତ୍ତରଦାୟିତ୍ୱ ଓ ମର୍ଯ୍ୟାଦା ବଜାୟ ରଖିବାକୁ ଆହ୍ୱାନ

You are currently viewing ଡାଏଟରେ ଛାତ୍ର କ୍ୟାବିନେଟ୍ ଗଠିତ: ଦାୟିତ୍ୱ, ଉତ୍ତରଦାୟିତ୍ୱ ଓ ମର୍ଯ୍ୟାଦା ବଜାୟ ରଖିବାକୁ ଆହ୍ୱାନ

ଅନୁଗୁଳ: ଅନୁଗୁଳ ଛେଣ୍ଡିପଦା ସ୍ଥିତ ଡାଏଟର ତାଲିମ ହଲରେ ଶପଥ ପାଠ ଉତ୍ସବ ଅନୁଷ୍ଠିତ ହୋଇଛି। ଏ ଅବସରରେ ଛାତ୍ର କ୍ୟାବିନେଟ୍ ମଧ୍ୟ ଗଠିତ ହୋଇଛି। ଡାଏଟର ଅଧ୍ୟକ୍ଷ, ଅଧ୍ୟାପକ/ଅଧ୍ୟାପିକା ଏବଂ କର୍ମଚାରୀଙ୍କ ସମେତ ପ୍ରାୟ ୧୬୫ ଜଣ ତାଲିମ ନେଉଥିବା ଛାତ୍ର-ଶିକ୍ଷକ ଏହି ଉତ୍ସବରେ ଯୋଗ ଦେଇଥିଲେ। ଡାଏଟ୍ ଅଧ୍ୟକ୍ଷ ବିକ୍ରମ ସାହୁ ନିର୍ବାଚିତ ଛାତ୍ର ନେତାମାନଙ୍କୁ ବ୍ୟାଜ୍ ଓ ଉତ୍ତରୀୟ ପ୍ରଦାନ କରିବା ସହ ସମସ୍ତ ମନୋନୀତ ଛାତ୍ର ପରିଷଦ ସଦସ୍ୟଙ୍କୁ ଶପଥ ପାଠ କରାଇଥିଲେ। ଚଳିତ ବର୍ଷ ଲିଲନ୍ ପ୍ରଧାନ ଛାତ୍ର ପରିଷଦର ସଭାପତି ଭାବରେ ମନୋନୀତ ହୋଇଛନ୍ତି। ଶେଷରେ ଅଧ୍ୟକ୍ଷ ଛାତ୍ର କ୍ୟାବିନେଟ୍ ସଦସ୍ୟଙ୍କୁ ସେମାନଙ୍କର ମନୋନୟନର ଯଥାର୍ଥତା ପ୍ରତିପାଦନ କରିବାକୁ ଆହ୍ୱାନ କରିଥିଲେ। ଅଧ୍ୟକ୍ଷ ତାଙ୍କ ବକ୍ତବ୍ୟରେ ତିନୋଟି ମୁଖ୍ୟ ବିଷୟ ଦାୟିତ୍ୱବୋଧ, ଉତ୍ତରଦାୟିତ୍ୱ ଓ ଡାଏଟର ମର୍ଯ୍ୟାଦା ଉପରେ ଗୁରୁତ୍ୱ ଦେଇଥିଲେ।

Share

Leave a Reply