ଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଛାତ୍ର ଗୁରୁତର

You are currently viewing ଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଛାତ୍ର ଗୁରୁତର

ଅନୁଗୁଳ: ବଲାସିଂହା ଉଚ୍ଚ ବିଦ୍ୟାଳୟର ଅଙ୍କ ସାର୍‌ଙ୍କ ବିଧା ମାଡ଼ରେ ଆଜି ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ଗୁରୁତର ହୋଇଥିବା ଅଭିଯୋଗ ହୋଇଛି।

ଘଟଣାରୁ ପ୍ରକାଶ ଯେ, ଅଙ୍କ ସାର୍‌ ପ୍ରଧାନ ବାବୁ କ୍ଲାସରେ ଅଙ୍କ ଦେଇଥିଲେ କରିବା ପାଇଁ କ୍ଲାସର ଜଣେ ଆଗୁଆ ଛାତ୍ର ଧରଣୀ ଦାଶଙ୍କ ପୁଅ ବିଶୁ ଅଙ୍କ କରିଦେଇ ପାଖ ପିଲା ଖାତା ଦେଖେଇ ବାକୁ କହିବାରୁ ଦେଖେଇ ଦେଇଥିଲା। ଏଥିରେ ସାର୍‌ ରାଗିଯାଇ ବିଶୁର ହାତକୁ ମୋଡ଼ିଦେଇ ଚାରି ପାଞ୍ଚ ବିଧା କଷି ଦେଇଥିଲେ। ଏଥିରେ ବିଶୁର ଶିର ମୋଡ଼ି ହୋଇଯାଇଥିବାରୁ ସେ ଖୁବ୍‌ ‌ଜୋର୍‌ରେ କାନ୍ଦି ଥିଲା। ଏହାପରେ ତାକୁ ଘରକୁ ପଠାଇ ଦିଆଯାଇଥିଲା। ଯନ୍ତ୍ରଣା ଅଧିକ ହେବାରୁ ତାକୁ ଅନୁଗୁଳ ମୁଖ୍ୟ ଡାକ୍ତରଖାନାକୁ ନିଆ ଯାଇଥିଲା। ଘଟଣା‌ପରେ ବିଶୁର ବାପା ଅଭିଯୋଗ କରିଛନ୍ତି କି ଉକ୍ତ ସାର୍‌ ଆଗରୁ ମଧ୍ୟ ତାଙ୍କ ପୁଅକୁ ଏମିତି ବାଡ଼ା ବାଡି କରନ୍ତି। ଏ ଖବର ଲେଖା ହେଲା ବେଳକୁ ଗାଁରେ ସଭା ବସିଚି। ଗାଁ ସଭାପତି ପ୍ରଫୁଲ୍ଲ ସାହୁ କହିଛନ୍ତି କି ସଂପୃକ୍ତ ଶିକ୍ଷକ ନାମରେ ବହୁ ଗୁରୁତର ଅଭିଯୋଗ ଅଛି। ସେ ଭୁଲ୍‌ ନ ମାଗିଲେ ଆମେ ଛାଡ଼ିବୁ ନାହିଁ।

Share

Leave a Reply