ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

You are currently viewing ସଡକ ଦୁର୍ଘଟଣାରେ ଛାତ୍ରଙ୍କ ମୃତ୍ୟୁ

ଅନୁଗୁଳ: ଅନୁଗୁଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ସିପିପି ଗେଟ୍ ନିକଟରେ ସୋମବାର ଅପରାହ୍ନରେ ଏକ ସଡ଼କ ଦୁର୍ଘଟଣାରେ ଜଣେ ଯୁକ୍ତ ଦୁଇ ଛାତ୍ରଙ୍କ ମୃତ୍ୟୁ ହୋଇଛି। ସୂଚନା ମୁତାବକ, ଅନୁଗୁଳ ଟାଉନ ଥାନା ଅନ୍ତର୍ଗତ ହୁଲୁରୁସିଂହା ଗାଁର ଶୁଭ୍ରାଂଶୁ ନାଏକ ଏକ ସ୍କୁଟିରେ ବସି ବଅଁରପାଳ ତହସିଲ ଅଫିସରୁ ଘରକୁ ଫେରୁଥିବା ସମୟରେ ସିପିପି ଗେଟ୍ ପାଖରେ ଏକ ମିନିବସ୍ ସହ ପିଟି ହୋଇ ତଳେ ପଡିଯାଇଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ଅନୁଗୁଳ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ଏକ ମାମଲା ରୁଜୁକରି ପୁଲିସ ଘଟଣାର ତଦନ୍ତ କରୁଛି।

Share

Leave a Reply