ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା, ଅନୁଗୁଳ ହସ୍ପିଟାଲରୁ ଉଦ୍ଧାର

You are currently viewing ସ୍କୁଲ ହଷ୍ଟେଲରୁ ଛାତ୍ର ନିଖୋଜ ଘଟଣା, ଅନୁଗୁଳ ହସ୍ପିଟାଲରୁ ଉଦ୍ଧାର

ଅନୁଗୁଳ: ଅନୁଗୁଳ ହେମସୁରପଡ଼ାସ୍ଥିତ ଶ୍ରୀ ବିନାୟକ ଆବାସିକ ବିଦ୍ୟାପୀଠର ଜଣେ ଛାତ୍ର ଆଜି ହଷ୍ଟେଲରୁ ନିଖୋଜ ହୋଇଯାଇଥିବା ବେଳେ କିଛି ଘଣ୍ଟା ପରେ ତାର ପତ୍ତା ମିଳିଛି।

ସୂଚନା ମୁତାବକ, ବିଦ୍ୟାପୀଠର ଜଣେ ୧୩ ବର୍ଷର ଛାତ୍ର ହଷ୍ଟେଲରୁ ହଠାତ୍ ନିଖୋଜ ହୋଇଯାଇଥିଲା। ଏ ନେଇ ହଷ୍ଟେଲ ଦାୟିତ୍ୱରେ ଥିବା କର୍ମଚାରୀ ଜାଣିବା ପରେ ତାଙ୍କ ଘରକୁ ଖବର ଦେଇଥିଲେ। ପରେ ଛାତ୍ରର ବାପା ଛେଣ୍ଡିପଦା ଥାନାରେ ଅଭିଯୋଗ କରିଥିଲେ। ଏହା ପରେ ସ୍କୁଲ ପକ୍ଷରୁ ବହୁ ଖୋଜା ଖୋଜି ପରେ ପିଲାଟି ଅନୁଗୁଳ ହସ୍ପିଟାଲର ଏକ ନିଛାଟିଆ ସ୍ଥାନରେ ପଟି ପକାଇ ଶୋଇଥିବା ଦେଖିବାକୁ ପାଇଥିଲେ। ଏହା ପରେ ସ୍କୁଲ କର୍ତ୍ତୃପକ୍ଷ ଥାନାରେ ଜଣାଇଥିଲେ। ପରେ ପରିବାର ଲୋକ ପିଲାକୁ ହଷ୍ଟେଲ ଛାଡି ଯିବାର କାରଣ ପଚାରିଥିଲେ। କିନ୍ତୁ ଏବେ ଯାଏଁ ସେ କାରଣ କହି ନଥିବା ଜଣାଯାଇଛି।

Share

Leave a Reply