ଆସନ୍ତାକାଲିଠୁ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେବେ ବିଭିନ୍ନ ଜିଲ୍ଲାର ୧୨ଟି ଦଳ

You are currently viewing ଆସନ୍ତାକାଲିଠୁ ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ, ଭାଗ ନେବେ ବିଭିନ୍ନ ଜିଲ୍ଲାର ୧୨ଟି ଦଳ

ଅନୁଗୁଳ: ଓ.ପି ଜିନ୍ଦଲ ଗ୍ରୁପର ପ୍ରତିଷ୍ଠାତା ଓମ୍ ପ୍ରକାଶ ଜିନ୍ଦଲଙ୍କ ଜନ୍ମ ବାର୍ଷିକୀ ପାଳନ ଅବସରରେ ଜେଏସପି ଫାଉଣ୍ଡେସନ୍ ଆନୁକୂଲ୍ୟରେ ଅଗଷ୍ଟ ୭ ଠାରୁ ଅନୁଗୁଳରେ ଆରମ୍ଭ ହେବାକୁ ଯାଉଛି ଓ.ପି ଜିନ୍ଦଲ ଫୁଟବଲ ଟୁର୍ଣ୍ଣାମେଣ୍ଟ।

୧୨ ଦିନ ଧରି ଚାଲିବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟ ଅନୁଗୁଳର ପିଟିସି ଗ୍ରାଉଣ୍ଡରେ ଅପରାହ୍ଣ ୩ଟାରେ ଖେଳାଯିବ। ଟୁର୍ଣ୍ଣାମେଣ୍ଟରେ ରାଜ୍ୟର ବିଭିନ୍ନ ଜିଲ୍ଲାରୁ ୧୨ଟି ଦଳ ପ୍ରତିଦ୍ୱନ୍ଦ୍ୱିତା କରିବେ।

ଉଦଘାଟନୀ କାଯ୍ୟକ୍ରମରେ ଆଇଜି ତଥା ପୋଲିସ୍ ଟ୍ରେନିଂ ସ୍କୁଲର ଅଧ୍ୟକ୍ଷ ଆଇପିଏସ୍ ସତ୍ୟବ୍ରତ ଭୋଇ, ଏଡିଏମ୍ (ଜେନେରାଲ) ପ୍ରତାପ ପ୍ରୀତିମୟ, ଏଡିମ୍ (ରାଜସ୍ୱ) ଶରତ ଚନ୍ଦ୍ର ମହପାତ୍ରଙ୍କ ସମେତ ଜିନ୍ଦଲ ଷ୍ଟିଲ୍ ଆଣ୍ଡ ପାୱାରର ଅନୁଗୁଳ ପ୍ଲାଣ୍ଟ ମୁଖ୍ୟ ପଙ୍କଜ ମଲହାନ ପ୍ରମୁଖ ଅତିଥି ଭାବେ ଯୋଗ ଦେବେ। ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ ଅଗଷ୍ଟ ୧୮ରେ ଅନୁଷ୍ଟିତ ହେବ ବୋଲି ଜଣାଯାଇଛି।

Leave a Reply