ହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା

You are currently viewing ହାଇଡ୍ରା ଧକ୍କାରେ ଛାତ୍ରୀ ଗୁରୁତର, ଥାନାରେ ଅଭିଯୋଗ କଲେ ବାପା

ଅନୁଗୁଳ : ଅନୁଗୁଳ ସହରର ସର୍କିଟ୍ ହାଉସ ସାମ୍ନାରେ ହାଇଡ୍ରା ଧକ୍କା ଜଣେ ଛାତ୍ରୀ ଗୁରୁତର ହୋଇଛନ୍ତି।

ସୂଚନା ମୁତାବକ, ଆଜି ସକାଳେ ସୁସୁଡା ଗାଁର ହରିହର ମିଶ୍ରଙ୍କ ଝିଅ ଟ୍ୱିଙ୍କିଲ ମିଶ୍ର (୧୭) ସାଇକେଲ୍ ଯୋଗେ ଅମଲାପଡାରୁ ଗାଁକୁ ଫେରୁଥିଲେ। ସେ ସର୍କିଟ୍ ହାଉସ ସମ୍ମୁଖରେ ଛିଡା ହୋଇଥିବା ସମୟରେ ଏକ ହାଇଡ୍ରା ଆସି ତାଙ୍କ ଉପରେ ଚଢ଼ିଯାଇଥିଲା। ଫଳରେ ଛାତ୍ରୀ ଜଣକ ଗୁରୁତର ହୋଇପଡ଼ିଥିଲେ। ସ୍ଥାନୀୟ ଲୋକେ ତାଙ୍କୁ ତୁରନ୍ତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ୱରର ସମ୍ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ଏ ନେଇ ଛାତ୍ରୀଙ୍କ ବାପା ଅନୁଗୁଳ ଟାଉନ୍ ଥାନାରେ ଅଭିଯୋଗ କରିଛନ୍ତି। ଏଥିସହ ହାଇଡ୍ରା ଡ୍ରାଇଭରଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ସେ ଦାବି କରିଛନ୍ତି। ଅନ୍ୟପଟେ ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଡ୍ରାଇଭରକୁ ନିସ୍ତୁକ ମାଡ଼ ମାରିଥିବା ଜଣାଯାଇଛି।

Share

Leave a Reply