ନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

You are currently viewing ନିଶାରେ ଟଳମଳ ହୋଇ ବାଇକରେ ଯିବା ବେଳେ ସ୍କୁଲ ପିଲାଙ୍କୁ ଧକ୍କା ଦେଲେ ପୋଲିସ ବାବୁ, ଏକାଧିକ ଛାତ୍ରଛାତ୍ରୀ ଗୁରୁତର

ଅନୁଗୁଳ: ଅନୁଗୁଳ ସଦର ଥାନା ଅନ୍ତର୍ଗତ ଛେଳିଆପଡା ଗ୍ରାମ ଠାରେ ପୋଲିସ ବାଇକ୍ ଧକ୍କାରେ ଜଣେ ଛାତ୍ରୀ ଗୁରୁତର ହୋଇଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି।

ସୂଚନା ମୁତାବକ, ଆଜି ଅପରାହ୍ନରେ ଅନୁଗୁଳ ରିଜର୍ଭରେ କାର୍ଯ୍ୟ କରୁଥିବା ଚନ୍ଦନ ନାଏକ ଏବଂ ତାଙ୍କ ସମ୍ପର୍କୀୟ ଛେଳିଆପଡା ଛକରୁ ରିଜର୍ଭକୁ ବାଇକ୍ ଯୋଗେ ଯାଉଥିଲେ। ଏହି ସମୟରେ ସ୍କୁଲ ଛୁଟି ହେବାରୁ ଛାତ୍ରଛାତ୍ରୀମାନେ ସାଇକେଲ ଯୋଗେ ଘର ଫେରୁଥିଲେ। ରାସ୍ତାରେ ତାଙ୍କ ବାଇକ୍ ତିନି ଜଣ ଛାତ୍ରଛାତ୍ରୀଙ୍କୁ ଧକ୍କା ଦେଇଥିଲା। ସେମାନଙ୍କ ମଧ୍ୟରୁ ଦୁଇ ଜଣ ଗୁରୁତର ହୋଇଥିବା ବେଳେ ଜଣେ ଆହତ ହୋଇଛନ୍ତି। ସ୍ଥାନୀୟ ଲୋକେ ଦୁଇ ଗୁରୁତର ଛାତ୍ରଛାତ୍ରୀଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ଗୁରୁତର ଛାତ୍ରୀଙ୍କ ଅବସ୍ଥା ସଂକଟାପନ୍ନ ହେବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି। ସେହିପରି ଗୁରୁତର ଛାତ୍ରଙ୍କୁ ମଧ୍ୟ ଉତ୍ତମ ଚିକିତ୍ସା ପାଇଁ ବାହାରକୁ ପଠାଇ ଦିଆଯାଇଛି।

ଅନ୍ୟପଟେ ସ୍ଥାନୀୟ ଲୋକଙ୍କ କହିବା ଅନୁଯାୟୀ, ଧକ୍କା ଦେଇଥିବା ପୋଲିସ ପ୍ରଚୁର ମାତ୍ରାରେ ମଦ୍ୟପାନ କରିଥିଲେ। ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେବା ପରେ ସ୍ଥାନୀୟ ଆରଆଇ ଓ ଅନୁଗୁଳ ପୋଲିସ ପହଞ୍ଚିଥିଲେ। ସ୍ଥାନୀୟ ଲୋକଙ୍କ ଦାବି ଜାଣିବା ପରେ ପୋଲିସ ବିଭାଗ ତରଫରୁ ଦୁଇ ଛାତ୍ର ଓ ଛାତ୍ରୀଙ୍କ ଚିକିତ୍ସା ପାଇଁ ୨୫ ହଜାର ଟଙ୍କା ପ୍ରଦାନ କରାଯାଇଥିଲା। ଆଉ ୫୦ହଜାର ଟଙ୍କା ପରେ ଦିଆଯିବ ବୋଲି ପ୍ରତିଶ୍ରୁତି ଦିଆଯାଇଥିଲା।
ଦୁର୍ଘଟଣାରେ ଛାତ୍ର ଓ ଛାତ୍ରୀଙ୍କ ସାଇକେଲ ଭାଙ୍ଗିଯାଇଛି। ଉଭୟଙ୍କୁ ନୂଆ ସାଇକେଲ ପ୍ରଧାନ କରାଯିବ ବୋଲି ମଧ୍ୟ ପୋଲିସ କଥା ଦେଇଛନ୍ତି। ପରେ ଅନୁଗୁଳ ମୁଖ୍ୟ ଚିକିତ୍ସାଳୟରେ ପୋଲିସ ବିଭାଗର ଉଚ୍ଚ ପଦାଧିକାରୀ ପହଞ୍ଚି ଦୁର୍ଘଟଣା ଘଟାଇଥିବା ପୋଲିସଙ୍କ ଚିକିତ୍ସା କରାଇଥିବା ଜଣାଯାଇଛି।

Share

Leave a Reply