ଭୁବନେଶ୍ୱର : ବସ୍ରେ ଗଲେ ଅଧା ଭଡ଼ା ଦେବେ ବିଦ୍ୟାର୍ଥୀ। ବସ୍ରେ ଯାତାୟାତ କରୁଥିବା ଛାତ୍ରଛାତ୍ରୀଙ୍କୁ ମିଳିବ ୫୦ ପ୍ରତିଶତ ରିହାତି। ଏ ନେଇ ବିଧାସସଭାରେ ସୂଚନା ଦେଇଛନ୍ତି ରାଜ୍ୟ ବାଣିଜ୍ୟ ଏବଂ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା।
ଶୁକ୍ରବାର ବିଧାନସଭାରେ କଟକ ବିଧାୟିକା ସୋଫିଆ ଫିର୍ଦ୍ଦୋସ ରାଜ୍ୟରେ ସାର୍ବଜନୀନ ପରିବହନ ସେବା ବ୍ୟବହାର କରୁଥିବା ଛାତ୍ରଛାତ୍ରୀଙ୍କ ପାଇଁ କୌଣସି ରିହାତି ଭଡ଼ା କିମ୍ବା ସ୍ୱତନ୍ତ୍ର ବ୍ୟବସ୍ଥା ଅଛି କି ନାହିଁ ପ୍ରଶ୍ନ କରିଥିଲେ। ଉତ୍ତରରେ ମନ୍ତ୍ରୀ କହିଛନ୍ତି, ମୁଖ୍ୟମନ୍ତ୍ରୀ ମୋ ବସ୍ ସେବା ଯୋଜନାରେ ପଞ୍ଚାୟତରୁ ବ୍ଲକ୍ ୫ ଟଙ୍କା ଓ ଜିଲ୍ଲା ସଦର ମହକୁମାକୁ ଯାଉଥିଲେ ୧୦ ଟଙ୍କା ଭଡ଼ା ପଡୁଛି। ଏହା ସହ ପରିବହନ ନିଗମ ବସ୍ରେ ଛାତ୍ରଛାତ୍ରୀଙ୍କୁ ୫୦% ରିହାତି ପ୍ରଦାନ କରାଯିବ ବୋଲି ମନ୍ତ୍ରୀ ବିଭୂତି ଭୂଷଣ ଜେନା ସୂଚନା ଦେଇଛନ୍ତି।